Viral

ଯେଉଁଠି ଝିଅ ଜନ୍ମ ହେଲେ କରାଯାଏ ବୃକ୍ଷ ରୋପଣ..

ଦେଶରେ କନ୍ୟା ଭ୍ରୂଣ ହତ୍ୟା ଘଟଣାମାନ ଘଟି ଚାଲିଥିବାବେଳେ ବିହାରର ଭାଗଲପୁର ସ୍ଥିତ ଧରହରା ଗ୍ରାମରେ ଝିଅଙ୍କୁ ଲକ୍ଷ୍ମୀ ଭାବରେ ଗ୍ରହଣ କରାଯାଇଥାଏ। ପରିବାରରେ ଝିଅ ଜନ୍ମ ହେଲେ ଝିଅଙ୍କୁ କରାଯାଇଥାଏ ପୂଜା। ପରିବାରରେ ଖୁସିର ମାହୋଲ ଆରମ୍ଭ ହୋଇଥାଏ। ଗାଁରେ ଭୋଜିଭାତ ଦିଆ ହୁଏ। ଏଠାରେ ଏଭଳି ପରମ୍ପରା ଗତ ୩ ଶହରୁ ଅଧିକ ବର୍ଷ ଧରି ପ୍ରଚଳିତ।  ଝିଅ ଜନ୍ମ ହେଲେ ତାଙ୍କୁ ମାତା ଲକ୍ଷ୍ମୀଙ୍କର ଅବତାର ଭାବରେ ଗ୍ରହଣ କରନ୍ତି ପରିବାର ଲୋକେ। ଖୁସିରେ ପରିବାର ସଦସ୍ୟ ବିଭିନ୍ନ ଫଳ ବୃକ୍ଷ ରୋପଣ କରନ୍ତି।  ଏବେ ଗାଁର ଜନସଂଖ୍ୟା ୬ ଶହ। ଗାଁରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ସବୁବେଳେ ଗୁରୁତ୍ୱ ଦିଆଯାଇଥାଏ।

Loading...

Join The Discussion

Loading...