Viral

ଯେଉଁଠି ବାହା ନ ହୋଇ ହୁଅନ୍ତି ସ୍ୱାମୀ-ସ୍ତ୍ରୀ

ବିବାହକୁ ନେଇ ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ହିମାଚଳପ୍ରଦେଶ କେଲାଙ୍ଗ୍‌ ଜିଲାର ଲାହୋଲ ସ୍ପିତିରେ ପ୍ରାଚୀନ କାଳରୁ ଏକ ପରମ୍ପରା ପ୍ରଚଳିତ। ଏଠାରେ ବିବାହ କରିବାକୁ କନ୍ୟାଘରକୁ ବର ଯାଇ ନ ଥାଏ। ବର ବଦଳରେ ତାଙ୍କ ଭଉଣୀ ପୁଅପିଲାଙ୍କ ପୋଷାକ ପିନ୍ଧି କନ୍ୟା ଘରେ ପହଞ୍ଚିଥାନ୍ତି। ବରଯାତ୍ରୀଙ୍କୁ ଏହି ବିବାହରେ ମିଳିଥାଏ ଭାରି ଆଦର ଅଭ୍ୟର୍ଥନା। ଯେଉଁମାନଙ୍କର ଭଉଣୀ ନ ଥାନ୍ତି ସେମାନଙ୍କର ଛୋଟ ଭାଇ ଏଭଳି ବିବାହ କରି ଘରକୁ ବୋହୂ ଆଣିଥାନ୍ତି । ପରମ୍ପରା ଅନୁସାରେ ଏଠାରେ ବର ଓ କନ୍ୟାଙ୍କ ମଧ୍ୟରେ ବିବାହ ହୋଇ ନ ଥାଏ କିମ୍ବା ସେମାନେ ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇ ନ ଥାନ୍ତି। ମାତ୍ର ଏଥିଲାଗି ହେଉଥିବା ବିବାହ ଉତ୍ସବକୁ ସ୍ଥାନୀୟ ବାସିନ୍ଦା ଅତି ଆଡ଼ମ୍ବରରେ ପାଳନ କରନ୍ତି।

Loading...

Join The Discussion

Loading...