Viral

ସଡ଼କରେ ଦୌଡିଲେ ୩ଶହ ନବବଧୂ

  •  
  • 1
  •  
  •  
  •  
  •  
  •  
    1
    Share

ବ୍ୟାଙ୍କକ୍‌ ସହରରେ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ଶହ  ଶହ ନବବିବାହିତ ବରବଧୂ ରାସ୍ତାରେ ଦୌଡୁଥିବାର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରେ। ଚଳିତ ବର୍ଷ ଏଠାରେ ପାଖାପାଖି ୩ଶହ ନବବଧୂ ନିଜ ନିଜର ଗାଉନ୍‌ ଉଠାଇ ଦୌଡିଛନ୍ତି। ଯାହା ଦେଖିବାକୁ ଦର୍ଶକଙ୍କ ଭିଡ ଲାଗିଛି। ‘Running of the Brides’ ନାମକ ଏହି ଉତ୍ସବରେ ପ୍ରତିବର୍ଷ ଶହ ଶହ ନବବିବାହିତ ଦମ୍ପତି ଯୋଗ ଦେଇଥାଆନ୍ତି। ଏମାନଙ୍କୁ ପ୍ରାୟ ୩ କିଲୋମିଟର ଦୌଡିବାକୁ ପଡିଥାଏ। ପ୍ରଥମ ୨ କିଲୋମିଟର ଏମାନେ ଉଚ୍ଚାନିଚା ରାସ୍ତାକୁ ଅତିକ୍ରମ କରିଥାଆନ୍ତି। ହେଲେ ଶେଷ ୧ କିଲୋମିଟରକୁ ପତିମାନେ ପତ୍ନୀଙ୍କୁ ପିଠିରେ ଲାଉ କରି ଦୌଡିବାକୁ ପଡିଥାଏ। ଆଉ ଏଥିରେ ଯେଉଁ ଦମ୍ପତି ବିଜୟି ହୁଅନ୍ତି ସେମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦିଆଯାଇଥାଏ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...