Viral

ଏବେ ଅନ୍‌ଲାଇନ୍‌ରେ ମିଳୁଛି ଅନ୍ତିମ ସଂସ୍କାର ସାମଗ୍ରୀ

  •  
  •  
  •  
  •  
  •  
  •  
  •  

ଅନ୍ତିମ ସଂସ୍କାର ପାଇଁ ଏବେ ଗ୍ରାହକଙ୍କୁ ଅନ୍‌ଲାଇନ୍‌ରେ ଗୋମୁତ୍ର ଠାରୁ ଆରମ୍ଭ କରି ପଣ୍ଡିତ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି। ଏସବୁ ମଧ୍ୟରେ ପୂଜା ମାଟି ପାତ୍ର, ବାଉଁଶ କୋକେଇ, ଅଗରବତୀ ଆଦି ସମେତ ୩୮ଟି ସାମଗ୍ରୀ ରହିଛି। ମୁମ୍ବାଇରେ  ପରାଗ ମେହେଟ୍ଟା ନାମକ ଜଣେ ବ୍ୟକ୍ତି ଏଭଳି ଅନଲାଇନ୍‌ କମ୍ପାନୀ ଆରମ୍ଭ କରିଛନ୍ତି। ଅନ୍ତିମ ସଂସ୍କାର ପାଇଁ ଆବଶ୍ୟକ ସାମଗ୍ରୀ ସେ ସର୍ବପୂଜା ନାମକ ଷ୍ଟାର୍ଟଅପ୍‌ଠାରୁ କ୍ରୟ କରିଥାନ୍ତି। ବୁକିଂ ମାତ୍ରକେ ଗ୍ରାହକଙ୍କ ପାଖରେ ସମସ୍ତ ସାମଗ୍ରୀ ପଠାଇବାର ବ୍ୟବସ୍ଥା କରାଯାଇଥାଏ ବୋଲି ପରାଗ କୁହନ୍ତି। ଏହି ଅନ୍‌ଲାଇନ୍‌ ଷ୍ଟୋରରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍‌ ସମେତ ଅନ୍ୟ ସମ୍ପ୍ରଦାୟଙ୍କ ଅନ୍ତିମ ସଂସ୍କାରରେ ବ୍ୟବହାର କରାଯାଉଥିବା ସାମଗ୍ରୀ ମିଳିଥାଏ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...