Viral

୨୦୨୦ ସୁଦ୍ଧା ନିଜସ୍ୱ ଚାନ୍ଦ ସ୍ଥାପିତ କରିବ ଚୀନ

  •  
  • 3
  •  
  •  
  •  
  •  
  •  
    3
    Shares

ଆମେ ଜାଣିଛେ ଚୀନ ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ବହୁ ଆଗରେ । ଏହି ଦେଶ ବହୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାରେ ମାହିର । ଏବେ ଏହି ଦେଶ ନିଜସ୍ୱ ଚାନ୍ଦ ବା ଜହ୍ନ ଆକାଶ ମାର୍ଗରେ ସ୍ଥାପିତ କରିବାକୁ ଚିନ୍ତା କରୁଛି । ଏହା ପୁଣି ଖୁବ୍ କମ୍ ସମୟରେ ମଧ୍ୟରେ ଅର୍ଥାତ୍ ୨୦୨୦ ସୁଦ୍ଧା ଏହା ସ୍ଥାପିତ କରିବାର ଲକ୍ଷ୍ୟ ରଖିଛି । ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ଏହା ନିରାଟ ସତ୍ୟ । ଶୁଣିବାକୁ ମିଳୁଛି ଯେ, ଚୀନ ନିଜର ଏକ ସହରରେ ଆର୍ଟିଫିଶଲ ଚାନ୍ଦ ଲଗାଇବାକୁ ମନ ସ୍ଥିର କରିଛି । ଏହି ଆର୍ଟିଫିଶ ଗ୍ରହ ଚାନ୍ଦ ପୃଥିବୀଠାରୁ ପାଖାପାଖି ୮୦ କି.ମି ପର୍ଯ୍ୟନ୍ତ ଆଲୋକ ଦେଇପାରିବ । ଏମିତି କଥା ଚିନ୍ତା କରିବାରେ ଚୀନ ବିଶ୍ୱର ପ୍ରଥମ ଦେଶ । ଏହି ଚାନ୍ଦ ପ୍ରକୃତ ଚାନ୍ଦଠାରୁ ୮ଗୁଣ ଅଧିକ ଚମକିବା ସହ ସହରକୁ ଆଲୋକିତ କରିବ । ଏହି ଆର୍ଟିଫିସଲ ବା କୃତ୍ରିମ ଚାନ୍ଦକୁ ଚୀନର ଚୈଗଦୁ ସହର ଦକ୍ଷିଣ ପଶ୍ଚିମ ଇଲାକାରେ ସ୍ଥାପନ କରାଯିବାର ଖବର ମିଳିଛି । ଏହା ୨୦୨୦ ମସିହା ମଧ୍ୟରେ ସ୍ଥାପିତ କରାଯିବାର ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାକୁ ସ୍ଥାନୀୟ ଅଂଚଳର ଲୋକମାନେ ବିରୋଧ କରି କହିଛନ୍ତି ଯେ, ଏହାଦ୍ୱାରା ପଶୁପକ୍ଷୀଙ୍କ ଉପରେ ପ୍ରଭାବ ପଡିବ । କିନ୍ତୁ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହାର କିରଣ ବେଶୀ ହେବ ନାହିଁ ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...