Viral

ପ୍ରେମ ପାଇଁ ଏହି କାମ କଲେ ଯୁବକ

  •  
  • 12
  •  
  •  
  •  
  •  
  •  
    12
    Shares

କୁହାଯାଏ ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ନିକଟରେ ମଧ୍ୟପ୍ରଦେଶର ଜଣେ ଯୁବକ ପ୍ରେମ ପାଇଁ ଏମିତି କିଛି କରିଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।ମଧ୍ୟପ୍ରଦେଶରେ ରହୁଥିବା ଆକାଶ ନାମକ ଜଣେ ଯୁବକ ଏକ ଝିଅର ପ୍ରେମରେ ପଡି ଏମିତି ଏକ ମିଶନ ଆପଣାଇଛନ୍ତି ଯାହାକୁ ଜାଣିଲେ ଆପଣ ତାଙ୍କୁ ସାବାସୀ ନ ଦେଇ ରହିପାରିବେନି । ପ୍ରେମ ପାଇଁ ନିଜ ଜୀବନକୁ ଆକାଶ ବାଜି ଲଗାଇଛନ୍ତି । ସେହି ଯୁବତୀର ପ୍ରେମରେ ପଡି ତାଙ୍କୁ କୋର୍ଟରେ ବାହା ହୋଇଛନ୍ତି । ଖବରରୁ ଜଣାପଡିଛି ଯେ, ଉଭୟ ଯୁବକଯୁବତୀ ଗୋଟିଏ ସଂପ୍ରଦାୟର । ଯୁବକ ଜଣ ନିଜ ସଂପ୍ରଦାୟଙ୍କୁ ଏକ ସକରାତ୍ମକ ସନ୍ଦେଶ ମଧ୍ୟ ଦେଇଛନ୍ତି । କାରଣ ଏହି ସମାଜରେ ନାବାଳିକା ମାନଙ୍କୁ ବେଶ୍ୟାବୃତ୍ତି ଲଗାଇଥାନ୍ତି ପରିବାର ଲୋକେ । ଖବର ମୁତାବକ ମାଲବାର ନୀମଚ, ମନ୍ଦସୌର ଏବଂ ରତଲାମ ଜିଲ୍ଲାର କେତେକ ଅଂଚଳର ୨୫୦ଜଣ ଖୁଲମଖୁଲା ବେଶ୍ୟାବୃତ୍ତି କରୁଛନ୍ତି । ଏହି ସଂପ୍ରଦାୟର ଲୋକେ ନିଜର ନାବାଳିକା କନ୍ୟାମାନଙ୍କୁ ନିଜ ଇଚ୍ଛାରେ ବେଶ୍ୟାବୃତ୍ତି ପରି ଖରାପ କାମରେ ନିୟୋଜିତ କରୁଛନ୍ତି । କିଛି ଟଙ୍କା ପାଇଁ ତାଙ୍କ ଜୀବନ ସହ ପରିବାର ଲୋକ ଖେଳୁଛନ୍ତି । ଏହି ଘଟଣା ବହୁ ପୂର୍ବରୁ ଚାଲିଆସୁଥିଲେ ମଧ୍ୟ ପୁଲିସ ପ୍ରଶାସନ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । ଆଜତକର ଏକ ରିପୋର୍ଟ ଅନୁଯାୟୀ ବାଞ୍ଛଡା ସମୁଦାୟର ଶିଶୁମାନଙ୍କ ସହ ଏମିତ ଅନ୍ୟାୟ ହେଉଥିବା ଜାଣି ଏହି ପ୍ରେମୀ ଯୁବକ ଆକାଶଙ୍କ ରକ୍ତ ଗରମ ହୋଇଯାଇଥିଲା । କିନ୍ତୁ ସଂପ୍ରଦାୟର ଭୟରେ ସେ କିଛି କରିପାରୁନଥିଲେ । ସେ ଏହା କାମରୁ ଶିଶୁମାନଙ୍କୁ ନିବୃତ୍ତ କରିବା ପାଇଁ ପୁଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଆକାଶ ପୁଲିସ ପ୍ରଶାସନ କହିଲା ଯେ, ଯଦି ଆପଣମାନେ ମୋତେ ସାହାଯ୍ୟ କରିବେ ତାହା ଏହି ଖରାପ କାମକୁ ମୁଁ ରୋକିବାରେ ସାହାଯ୍ୟ କରିବି । ଏହ ସହ ଆକାଶ ଫ୍ରିଡମ୍ ଫର୍ମ ନାମକ ଏକ ଏନ୍ିଜଓ ସହ ମଧ୍ୟ ହାତ ମିଳାଇ କାମ କରିଥିଲେ । ସେ କହିଛନ୍ତି ଯେ, ପାଖାପାଖି ୬୦ ଝିଅଙ୍କୁ ଦେହବେପାରରୁ ନିବୃତ୍ତ କରାଇସାରିଛନ୍ତି । ଏହା ସେ କହିଛନ୍ତି ତିନି ବର୍ଷ ପୂର୍ବରୁ ମୋର ଭେଟ ଭାରତୀଙ୍କ ସହ ହୋଇଥିଲା । ସେହି ସମୟରେ ସେ ନାବାଳିକା ଥିଲେ ଓ ପାଠ ପଢିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ମାଆ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରୁଥିଲେ । ପରେ ଆକାଶ ଭାରତୀଙ୍କୁ ହଷ୍ଟେଲରେ ଭର୍ତ୍ତି କରି ପାଠ ପଢାଇଥିଲେ ଓ ଏବେ ତାଙ୍କୁ ବିବାହ କରିଛନ୍ତି । ଏମିତି କାର୍ଯ୍ୟ କରିଥିବା ପ୍ରଶାସନ ଓ ସ୍ଥାନୀୟ ଅଂଚଳରେ ତାଙ୍କୁ ପ୍ରଶଂସା କରାଯାଇଛି

  •  
    12
    Shares
  •  
  • 12
  •  
  •  
  •  
  •  
Loading...

Join The Discussion

Loading...