Viral

ସବୁଠୁ ବିପଜ୍ଜନକ ଦଉଡ଼ି ପୋଲ

  •  
  • 1
  •  
  •  
  •  
  •  
  •  
    1
    Share

ପେରୁର ଏକ ଆଦିବାସୀ ଗାଁ କୁଜ୍କୋ; ଯାହା ମୁଖ୍ୟ ସହର ସହ ସଂଯୁକ୍ତ ହେବା ପାଇଁ ଏକ ଦଉଡ଼ି ପୋଲର ସହାୟତା ନେଇଥାଏ, ତାକୁ ଦୁନିଆର ସବୁଠୁ ବିପଜ୍ଜନକ ପୋଲ ବୋଲି କୁହାଯାଉଛି । ଏକ ପର୍ବତୀୟ କ୍ଷେତ୍ରରେ ଥିବା ଆପୁରିମାକ୍ ନଦୀଠୁ ପ୍ରାୟ ୨୦୦ ଫୁଟ୍ ଉଚ୍ଚରେ ନିର୍ମିତ ଏହି ଦଉଡ଼ି ପୋଲର ଲମ୍ବ ୧୧୮ ଫୁଟ୍ ରହିଛି । ଜଙ୍ଗଲୀ ଘାସରେ ତିଆରି ରଶିରେ ୧୦୦ ଫୁଟ୍ରୁ ଅଧିକ ଲମ୍ବା ଏହି ପୋଲକୁ ଗ୍ରାମବାସୀମାନେ ପ୍ରତିବର୍ଷ ତିଆରି କରିଥାନ୍ତି । କୁହାଯାଉଛି, ଏହି ଦଉଡ଼ି ପୋଲର ନିର୍ମାଣ କାର୍ଯ୍ୟ ୫୦୦ ବର୍ଷ ପୁରୁଣା । ଗ୍ରାମବାସୀଙ୍କୁ ପେରୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା; ଯାହା ପବନରେ ଦୋଳାୟମାନ ହେଉଥାଏ । ବିପଜ୍ଜନକ ଭାବେ ଏଥିରେ ଯିବାଆସିବା କରିବାକୁ ପଡ଼େ ସେମାନଙ୍କୁ । ପ୍ରତିବର୍ଷ ନୂଆ ବ୍ରିଜ୍ ହେବା ପରେ ଗ୍ରାମବାସୀ ଉତ୍ସବ ପାଳନ କରିଥାନ୍ତି । ଏହାସହ ଗ୍ରାମଦେବୀଙ୍କ ନିକଟରେ ରାସ୍ତାରେ ଯାଉଥିବା ଲୋକଙ୍କ ଶୁଭମନାସି ପ୍ରାର୍ଥନା କରିଥାନ୍ତି ।

  •  
    1
    Share
  •  
  • 1
  •  
  •  
  •  
  •  

Join The Discussion