Home ସ୍ପେଶାଲ୍ ରିପୋର୍ଟ ନର୍ସଙ୍କ ମେସେଜ୍‌ ଦେଖି ବେହୋସ୍‌ ହେଲେ ରୋଗୀ

ନର୍ସଙ୍କ ମେସେଜ୍‌ ଦେଖି ବେହୋସ୍‌ ହେଲେ ରୋଗୀ

ନର୍ସ ସର୍ବଦା ରୋଗୀଙ୍କ ସେବା କରିବାକୁ ନିଜକୁ ସମର୍ପିତ କରିଥାଆନ୍ତି। ହେଲେ ଏବେ ଚାଇନାରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ବିଦେଶୀ ଛାତ୍ର ଚାଇନା ପାଠପଢିବାକୁ ଆସିଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ଚାଇନାର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଯେଉଁ ନର୍ସ ଦେଖାରଖା କରୁଥିଲେ ତାଙ୍କୁ ଇଂରାଜି ଜଣା ନ ଥିଲା। ତେଣୁ ବିଦେଶୀ ଛାତ୍ରଙ୍କୁ ଔଷଧ ଦେବା ଅବା ତାଙ୍କ ସୁସ୍ଥତାକୁ ନେଇ ସବୁ ବିଷୟ ଜଣାଇବାକୁ ନର୍ସ ଜଣକ ଏକ ଉପାୟ ପାଞ୍ଚିଲେ। ତାଙ୍କର ଯେତିକି ଇଂରାଜୀ ଜ୍ଞାନ ଥିଲା ତାକୁ ନେଇ ସେ ଚିତ୍ର ମାଧ୍ୟମରେ ରୋଗୀଙ୍କ ପାଖରେ ଏକ ମେସେଜ୍‌ ପହଞ୍ଚାଇଲେ। ଆଉ ଏହି ମେସେଜ୍‌ ଦେଖିବା ପରେ ରୋଗୀ ଜଣଙ୍କ ହଠାତ୍‌ ବେହୋସ୍‌ ହାଇଗଲେ। କାରଣ ମେସେଜ୍‌ର ଚିତ୍ର ସହ ଯାହା ଲେଖାଥିଲା ସେଥିରୁ ବୁଝା ପଡୁଥିଲା ଆଜି ରାତି ୧୦ଟାରୁ ତୁମପାଇଁ ଖାଦ୍ୟ ପାଣି ବନ୍ଦ ଆଉ କାଲି ସକାଳ ୮ଟାରେ ତୁମକୁ କାଟି ଦିଆଯିବ ବା ହତ୍ୟା କରାଯିବ। ଏମିତି ମେସେଜ୍‌ ଦେଖି ଯେ କେହି ବେହୋସ୍‌ ହେବା ସ୍ବାଭାବିକ କଥା। ହେଲେ ମଜା କଥା ହେଲା ନର୍ସ ଜଣଙ୍କ ବୁଝାଇବାକୁ ଚାହୁଁଥିଲେ କି ଆଜି ରାତି ୧୦ଟା ପରଠାରୁ ଖାଇବା ପିଇବା ମନା ଆସନ୍ତା କାଲି ସକାଳ ୮ଟାରେ ତୁମର ସର୍ଜରୀ ବା ଅପରେଶନ୍‌ ହେବ। ଏବେ ଏହି ମେସେଜଟି ଚାଇନା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଏହା ଉପରେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...