Viral

ଜଜଙ୍କ ପୁଅ ଅଙ୍ଗନବାଡି ଛାତ୍ର

  •  
  • 9
  •  
  •  
  •  
  •  
  •  
    9
    Shares

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ; ମାତ୍ର ଏହା ସମ୍ପୂର୍ଣ୍ଣ ସତ । ଉତ୍ତରାଖଣ୍ଡ ଚମୋଲିର ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ୱାତି ଭଦୋରିଆ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସେ ପ୍ରାଇଭେଟ୍ ସ୍କୁଲ୍ ବଦଳରେ ନିଜର ଦୁଇ ବର୍ଷୀୟ ପୁଅକୁ ଅଙ୍ଗନବାଡ଼ିରେ ପଢ଼ାଇବାକୁ ଛାଡ଼ିଛନ୍ତି । ନିଜେ ଅଙ୍ଗନବାଡ଼ି ପରିଦର୍ଶନ କରି ଅନ୍ୟ ପିଲାଙ୍କ ସହ ପୁଅକୁ ଶ୍ରେଣୀଗୃହକୁ ପଠାଇଥିଲେ । ଶ୍ରେଣୀର ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ଡିଏମ୍ ସ୍ୱାତିଙ୍କ ପୁଅ ପାଠପଢ଼ିବା ସହ ଖେଳକୁଦରେ ନିଜକୁ ବେଶ୍ ମଜାଇ ପାରିଥିଲା । ତେବେ ଏଭଳି ଏକ ପଦକ୍ଷେପ ଗ୍ରହଣ କରିବା ପଛର କାରଣ ଜାଣିବାକୁ ସ୍ୱାତିଙ୍କୁ ପ୍ରଶ୍ନ କରାଯିବାରୁ, ସେ କହିଛନ୍ତି, ଅଙ୍ଗନବାଡ଼ି କେନ୍ଦ୍ରରେ ପିଲା ପାଠ ପଢ଼ିରେ ସାମାଜିକ, ମାନସିକ, ଶାରୀରିକ ସ୍ତରରେ ଉନ୍ନତି କରିପାରିବ । ସାଧାରଣ ପିଲାଙ୍କ ସହ ମିଳାମିଶା କରିବା ଦ୍ୱାରା ଧନୀଗରିବର ପାଚେରି ନିଶ୍ଚୟ ଦିନେ ନା ଦିନେ ଉଠିଯିବ । ତା’ଛଡ଼ା ଉଚ୍ଚ ପଦପଦବୀରେ ରହିବାର ଅର୍ଥ ଏହା ନୁହଁ ଯେ, ନିଜ ପିଲାଙ୍କୁ କେବଳ ନାମୀ ସ୍କୁଲ୍ ପଢ଼ାଇବା ଉଚିତ୍ । ବରଂ ଅନ୍ୟମାନଙ୍କ ଭଳି ସାଧାରଣ ଜୀବନ ଜିଇଁବାର ପ୍ରକୃତ ଅର୍ଥକୁ ବୁଝାଇବାକୁ ପଡ଼ିବ । ସ୍ୱାତିଙ୍କ ଏଭଳି ପଦକ୍ଷେପକୁ ଅଙ୍ଗନବାଡ଼ି କେନ୍ଦ୍ରର ଭଲାଣ୍ଟିଅର୍ମାନେ ପ୍ରଶଂସା କରିଛନ୍ତି ।

  •  
    9
    Shares
  •  
  • 9
  •  
  •  
  •  
  •  
Loading...

Join The Discussion

Loading...