Viral

ବାପା,ମାଆଙ୍କ ବାହାଘରରେ ନାଚନ୍ତି ସେମାନଙ୍କ ପୁଅ ଝିଅ

ଖାଲି ପ୍ରାକୃତିକ ସୌନ୍ଦର୍ଯ୍ୟ ନୁହେଁ ବରଂ ନିଆରା ରୀତିନୀତି କାରଣରୁ ହିମାଚଳ ପ୍ରଦେଶ ବେଶ ପରିଚିତ । ଅନେକ ସମୟରେ ନିଜ ପୁଅ ଝିଅଙ୍କ ସହ ଫଟୋ ଆଲବମ୍ ଦେଖିବା ସମୟରେ ତୁମ ବିବାହ ଫଟୋରେ ଆମେ କାହିଁକି ନାହୁଁ ବୋଲି ପିଲାମାନେ ପ୍ରଶ୍ନ ପଚାରିଥାନ୍ତି । କୌଣସି ପ୍ରକାରେ ଏହି ପ୍ରଶ୍ନକୁ ବାପା ମାଆମାନେ ଏଡାଇ ଦେଇଥାନ୍ତି । ତେବେ ହିମାଚଳ ପ୍ରଦେଶରେ ଏପରି ଏକ ଜନଜାତି ଅଛନ୍ତି ଯେଉଁଠି ବାପା ମାଆଙ୍କ ବାହାଘରରେ ନାଚନ୍ତି ସେମାନଙ୍କ ପୁଅ ଝିଅ । ହିମାଚଳ ପ୍ରଦେଶର ଲାହୋଲ ଘାଟିରେ ରହୁଥିବା ଜନଜାତିଙ୍କ ମଧ୍ୟରେ ବିବାହର ଏକ ନିଆରା ପରମ୍ପରା କାହିଁ କେତେ ବର୍ଷରୁ ଚାଲିଆସୁଛି । ଏଠାରେ ଛୋଟ ବିବାହ ପରେ ବଡ ବିବାହର ପରମ୍ପରା ଆଜି ବି ରହିଛି । ଗୋଟିଏ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ଏଠାରେ ଯୁବକ ଯୁବତୀ ପ୍ରଥମେ ନିଜ ପରିବାର ଏବଂ ପରିଜନଙ୍କ ଇଚ୍ଛା ବିରୋଧରେ ଯାଇ ପ୍ରେମ ବିବାହ କରିଥାନ୍ତି । ଏହାକୁ ଛୋଟ ବିବାହ କୁହାଯାଇଥାଏ । ଏହି ବିବାହର ଅନେକ ବର୍ଷ ପରେ ଦୁଇ ପକ୍ଷ ଏବଂ ସମାଜର ଅନ୍ୟମାନେ ବସି ସେମାନଙ୍କ ସନ୍ତାନ ସନ୍ତତିକୁ ବଡ଼ ବିବାହ କରିବା ପାଇଁ ରାଜି କରାଇଥାନ୍ତି । ଦୁଇ ପରିବାରର ସହମତି ଏବଂ ପିଲାଙ୍କ ମତ ପରେ ବଡ ବିବାହ ଅନୁଷ୍ଠିତ ହୋଇଥାଏ । ବିବାହ ପାଇଁ ଝିଅ ଘର ପକ୍ଷରୁ ପୁଅ ଘରକୁ ସମ୍ମାନ ଏବଂ ଜୋରିମାନା ଆକାରରେ ଏକ ହଜାର ଟଙ୍କା ଏବଂ ସୁନାର ଅଳଙ୍କାର ଦିଆଯାଇଥାଏ । ବିବାହ ଅବସରରେ ବନ୍ଧୁ ପରିବାର ବର୍ଗଙ୍କ ସହ ସେମାନଙ୍କ ପୁଅ ଝିଅମାନେ ମଧ୍ୟ ନାଚିଥାନ୍ତି । ଏହାପରେ ବିବାହକୁ ସମାଜ ସ୍ୱକୃତୀ ଦେଇଥାଏ ।

Loading...

Join The Discussion

Loading...