Viral

ବିଶ୍ୱ ୨୦୧୯ ନବବର୍ଷ ପାଳିଥିବା ବେଳେ ଏହି ଦେଶ ୨୦୧୧ ନବବର୍ଷ ପାଳିଛି, ଜାଣନ୍ତୁ ଏହି ଦେଶ ବିଷୟରେ

  •  
  • 1
  •  
  •  
  •  
  •  
  •  
    1
    Share

ପୁରା ଦୁନିଆ ଯେତେବେଳେ ନିକଟରେ ନୂଆବର୍ଷର ଉତ୍ସବ ମନାଇ ୨୦୧୯କୁ ଧୂମ୍ଧାମ୍ରେ ସ୍ୱାଗତ କରିଛି; ସେତେବେଳେ ଗୋଟିଏ ଦେଶର କ୍ୟାଲେଣ୍ଡର୍ ଏଯାଏ ୨୦୧୯ ଛୁଇଁନି । ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ । ଶୁଣି ଆହୁରି ଆଶ୍ଚର୍ଯ୍ୟ ହେବେ, ଏ ଦେଶର ଲୋକେ ବର୍ତ୍ତମାନ ୨୦୧୧ ମସିହାକୁ ବଡ଼ ଧୁମ୍ଧାମ୍ରେ ପାଳନ କରୁଛନ୍ତି । ଅର୍ଥାତ୍ ଅନ୍ୟ ଦେଶ ତୁଳନାରେ ଏହା ଆଠ ବର୍ଷ ପଛୁଆ ରହିଛି । ଜାଣିବାକୁ ବ୍ୟଗ୍ର ହେବେଣି ଏ ଦେଶ ସମ୍ପର୍କରେ । କହିରଖୁଛୁ, ଏହା ଆଫ୍ରିକାର ଇଥିଓପିଆ । ଏ ଦେଶରେ ବର୍ଷକୁ ୧୩ ମାସ ପଡ଼ିଥାଏ । ଇଥିଓପିଆ ଆଫ୍ରିକାର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ଏଠାରେ ପ୍ରାୟ ୧୦ କୋଟି ଲୋକ ବାସ କରନ୍ତି । ଏ ଦେଶ ପ୍ରତି ମାମଲାରେ ଦୁନିଆର ଅନ୍ୟ ଦେଶ ତୁଳନାରେ ଭିନ୍ନ । ଏଠାରେ ନୂଆବର୍ଷ ଜାନୁଆରୀ ୧ ନୁହେଁ ବରଂ ସେପ୍ଟେମ୍ବର ୧୧ରେ ପାଳିତ ହୋଇଥାଏ । ଦେଶରେ କପ୍ଟିକ୍ କ୍ୟାଲେଣ୍ଡର୍ ହିସାବରେ ଦିନ, ମାସ ଏବଂ ବର୍ଷର ଗଣନା କରାଯାଏ । କିନ୍ତୁ ଦୁନିଆର ବାକି ଦେଶରେ ଗ୍ରେଗୋରିଆନ୍ କ୍ୟାଲେଣ୍ଡର୍ ପ୍ରଚଳିତ । ଏଣୁ ଇଥିଓପିଆ କ୍ୟାଲେଣ୍ଡର୍ ବାକି ଦେଶ ତୁଳନାରେ ୭- ୮ ବର୍ଷ ପଛୁଆ ରହିଛି । ଆହରି ମଧ୍ୟ ଶୁଣାଯାଏ, ଏଠାରେ କେବଳ ନୂଆବର୍ଷ ନୁହେଁ ଅନ୍ୟ ସମସ୍ତ ଉତ୍ସବ ଏବଂ ପର୍ବପର୍ବାଣୀ ଭିନ୍ନ ଭିନ୍ନ ତାରିଖରେ ପାଳିତ ହୋଇଥାଏ ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...