Home ସ୍ପେଶାଲ୍ ରିପୋର୍ଟ ଜଣେ ଛାତ୍ରୀଙ୍କ ପାଇଁ ଆସୁଛି ଟ୍ରେନ୍

ଜଣେ ଛାତ୍ରୀଙ୍କ ପାଇଁ ଆସୁଛି ଟ୍ରେନ୍

ଭାରତରେ ଛୋଟ ଶିଶୁଙ୍କୁ ଅଭିଭାବକମାନେ ବସ୍ କିମ୍ବା ଅଟୋରେ ସ୍କୁଲ ପଠାଇଥାନ୍ତି । ଯଦି ଶିଶୁଟି ୫ମିନିଟ୍ ଡେରିରେ ପହଞ୍ଚେ ତେବେ ଅଟୋ କିମ୍ବା ବସ୍ ତାକୁ ଛାଡି ଚାଲିଯାଇଥାଏ । ହେଲେ ଜାପାନର ଏହି ଘଟଣା ଆପଣଙ୍କୁ ନିଶ୍ଚିତ ଭାବେ ଚିନ୍ତା କରିବାକୁ ବାଧ୍ୟ କରିବ । ଜାପାନର ଏକ ସ୍ଥାନରେ କେବଳ ଗୋଟିଏ ଶିଶୁ ପାଇଁ ଷ୍ଟେସନକୁ ଆସେ ଟ୍ରେନଟିଏ । ଏହି ଟ୍ରେନ୍ରେ ଶିଶୁ ଛଡା ଅନ୍ୟ କୌଣସି ଯାତ୍ରୀ ଚଢନ୍ତି ନାହିଁ । ଜାପାନର ଉତ୍ତରରେ ଥିବା ହୋକାଇଦୋ ଦୀପର କାମି ସିରାତାକି ଗ୍ରାମରେ ଥିବା ରେଳଷ୍ଟେସନକୁ ଅଧିକାରୀମାନେ ବନ୍ଦ କରିଦେଇଥିଲେ । କାରଣ ଏଠାରେ ଅଧିକ ଯାତ୍ରୀ ଟ୍ରେନରେ ଯାଉନଥିବାରୁ ଟ୍ରେନର କ୍ଷତି ହେଉଥିଲା । ତେବେ ଯେତେବେଳେ ଜଣାପଡିଲା ଯେ, ଏଠାରୁ ଜଣେ ଶିଶୁ ନିୟମିତ ଟ୍ରେନେ ଯୋଗେ ସ୍କୁଲ ଯାଉଛି ଏବଂ ସ୍କୁଲ ଯିବା ପାଇଁ ଶିଶୁ ନିକଟରେ ଅନ୍ୟ କୌଣସି ମାଧ୍ୟମ ନାହିଁ, ସେତେବେଳେ ରେଳ ଅଧିକାରୀମାନେ ଏହି ଷ୍ଟେସନକୁ ଚାଲୁ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦୈନିକ ଦୁଇଥର ଏହି ଷ୍ଟେସନକୁ ଟ୍ରେନ୍ ଆସୁଛି । ଗୋଟିଏ ଥର ଶିଶୁଟି ସ୍କୁଲ ଯିବାପାଇଁ ଏବଂ ଅନ୍ୟଟି ଶିଶୁଟିକୁ ଛାଡିବା ପାଇଁ । ଖାଲି ଏତିକି ନୁହେଁ ଶିଶୁଟିର ସ୍କୁଲ ଟାଇମ୍କୁ ଦେଖି ଟ୍ରେନ୍ ଟାଇମ୍ ସ୍ଥିର କରାଯାଇଛି । ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଶିଶୁଟି ହାଇସ୍କୁଲ ପାସ୍ କରିବା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରିବ, ତା’ପରେ ଏହା ବନ୍ଦ ହେବ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...