Viral

ଅଦ୍ଭୁତ ହୋଟେଲ : ସ୍ୱାଗତକର୍ମୀ ଡାଇନୋସର୍

  •  
  • 1
  •  
  •  
  •  
  •  
  •  
    1
    Share

ଜାପାନର ପୂର୍ବ ଟୋକିଓରେ ଏକ ଅଦ୍ଭୁୂତ ଧରଣର ହୋଟେଲ୍ ନିର୍ମାଣ ହୋଇଛି, ଯେଉଁଠାରେ ଗ୍ରାହକଙ୍କ ସ୍ୱାଗତ ଦାୟିତ୍ୱ ଡାଇନୋସର୍ଙ୍କୁ ପ୍ରଦାନ କରାଯାଇଛି । ଆଶ୍ଚର୍ଯ୍ୟ ଲାଗୁଥିବ; ବର୍ତ୍ତମାନ ସମୟରେ ଡାଇନୋସର୍ର ଅସ୍ତିତ୍ୱ ନଥିବା ବେଳେ ହୋଟେଲ୍ ସ୍ୱାଗତକର୍ମୀ ଭାବେ ପୁଣି ଏମାନେ କିଏ? ପ୍ରକୃତରେ ଏଗୁଡ଼ିକ ନକଲି ଡାଇନୋସର୍ । ଏହି ଡାଇନୋସର୍ଙ୍କ ଶରୀରରେ ଏକପ୍ରକାର ସେନ୍ସର୍ ବ୍ୟବହୃତ ହୋଇଛି, ଯାହା ଗ୍ରାହକଙ୍କ ପରିଚୟ ବାରିବାରେ ସେମାନଙ୍କୁ ସହାୟତା କରିଥାଏ । ଫଳରେ ଡାଇନୋସର୍ମାନେ ଗ୍ରାହକଙ୍କ ଭଲମନ୍ଦ ବୁଝିବା ସହ ସେମାନଙ୍କୁ ବେଶ୍ ଭଲ ବ୍ୟବହାର ଏବଂ ଆତିଥ୍ୟ ପ୍ରଦାନ କରିଥାନ୍ତି । କୁହାଯାଉଛି, ଏହା ଜାପାନର ପ୍ରଥମ ରେଷ୍ଟୁରାଣ୍ଟ ଯେଉଁଠାରେ ଡାଇନୋସର୍ ରୋବୋଟ୍ କାମ କରୁଛି । ଏଠାରେ ରୋବୋଡାଇନୋସର୍ର ଏକ ଯୋଡ଼ି ରିସେପ୍ସନ୍ କାଉଣ୍ଟର୍ରେ ମଧ୍ୟ ରହିଛନ୍ତି । ସବୁଠୁ ବଡ଼ କଥା, ଏହି ରୋବୋ ଡାଇନୋସର୍ମାନେ ରେଷ୍ଟୁରାଣ୍ଟ୍କୁ ଆସୁଥିବା ଅତିଥିଙ୍କୁ ପ୍ରଥମେ ସେମାନଙ୍କ ଭାଷା ଚୟନ କରିବାକୁ କହିଥାନ୍ତି । ଏହାଦ୍ୱାରା ରୋବୋ ସହଜରେ ସେମାନଙ୍କ କଥା ବୁଝିପାରେ ଏବଂ ସେମାନଙ୍କୁ ସେବା ପ୍ରଦାନ କରିପାରେ । ରେଷ୍ଟୁରାଣ୍ଟ୍ରେ ମହଜୁଦ୍ ପ୍ରତିଟି ରୋବୋ ଡାଇନୋସର୍ ଦେଖିବାକୁ ବେଶ୍ ଆକର୍ଷକ । ଏଭଳି ନିଆରା ପ୍ରଦର୍ଶନ ଯୋଗୁ ରେଷ୍ଟୁରାଣ୍ଟ୍ରେ ଏବେ ଗ୍ରାହକଙ୍କ ଭିଡ଼ ଜମୁଛି ।

  •  
    1
    Share
  •  
  • 1
  •  
  •  
  •  
  •  

Join The Discussion