Viral

ଜେଲ୍ ; କିନ୍ତୁ ଏଠାରେ ମିଳିବ ପାରିବାରିକ ସୁଖ

  •  
  • 66
  •  
  •  
  •  
  •  
  •  
    66
    Shares

ଜେଲ୍‌ର ନାଁ ଶୁଣିଲେ ମନକୁ ଆସେ ଚାରି କାନ୍ଥ ଘେରା ଏକ କୋଠରୀ ତା’ସହ ପୋଡା ରୁଟି ଆଉ ରାତି ପାହିଲେ ବଗିଚା କାମ। ହେଲେ ମଧ୍ୟପ୍ରଦେଶରେ ଖୋଲିଥିବା ଏମିତି ଏକ ଜେଲ୍‌ ଯାହା ଏବେ ଅପରାଧୀଙ୍କର ପସନ୍ଦକୁ ଆସିଛି। ଏଠି ଅପରାଧୀଙ୍କୁ ମିଳୁଛି ବୈବାହିକ ଜୀବନର ସୁଖ ଓ ପରିବାର ସହ ଜୀବନ ବିତାଇବାର ଅବସର। ‘ଅହଲ୍ୟା ବାଇ ଓପନ୍‌ କଲୋନୀ’ ନାମରେ ପରିଚିତ ଏହି ଜେଲ୍‌ରେ ଏବେ ୧୦ ଜଣ କଏଦୀ ଥିବା କହିଛନ୍ତି ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଅଦିତି ଚତୁର୍ବେଦୀ। ଏଠାରେ ଏମାନଙ୍କୁ ମିଳିଛି ଅଲଗା ଅଲଗା ଫ୍ଲାଟ୍‌। ଯେଉଁଥିରେ ଏମାନେ ପରିବାର ସଦସ୍ୟଙ୍କ ସହ ରହୁଛନ୍ତି। ଆହୁରି ମଧ୍ୟ ଏମାନେ ସକାଳ ୮ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାହାରକୁ ଯାଇ ବିଭିନ୍ନ କାମ କରିପାରୁଛନ୍ତି। ଅଦିତି କୁହନ୍ତି ଏମିତି ତ ଅନେକ ମୁକ୍ତ କାରାଗାର ଅଛି ହେଲେ ଏହି କାରାଗାରର ବିଶେଷତ୍ୱ ହେଉଛି ଏଠାରେ କଏଦୀମାନେ ସେମାନଙ୍କ ପରିବାର ସହ ରହି ପାରୁଛନ୍ତି। ୧୨ ବର୍ଷ ହେବ ଏକ ହତ୍ୟା ମାମଲାରେ କଏଦୀ ଜୀବନ ବିତାଉଥିବା ଭୂପେନ୍ଦ୍ର ସିଂ କୁହନ୍ତି, ଏଠାରେ ରହିବା ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି।

  •  
    66
    Shares
  •  
  • 66
  •  
  •  
  •  
  •  
Loading...

Join The Discussion

Loading...