Viral

ଚୀନରେ ଏମିତି ଏକ ସ୍କୁଲ ଅଛି, ଯେଉଁଠି ଡେଟିଙ୍ଗର ଟ୍ରେନିଂ ଦିଆଯାଏ

  •  
  •  
  •  
  •  
  •  
  •  
  •  

ଟେକ୍ନୋଲୋଜି ଓ ପ୍ରଡକ୍ସନ ମାମଲାରେ ଚୀନର ଏକ ସ୍ୱତନ୍ତ୍ର ନାମ ରହିଛି । କିନ୍ତୁ ଆଜି ଆପଣଙ୍କୁ ଚୀନର ଏମିତି ଏକ ସ୍କୁଲ ବିଷୟରେ ଜଣାଇବୁ, ଯେଉଁଠାରେ ଡେଟିଙ୍ଗର ଟ୍ରେନିଂ ଦିଆଯାଏ । ହଁ ଆପଣଙ୍କ ବିଶ୍ୱାସ ନ ହେଉଥିଲେ ମଧ୍ୟ ଏହା ନିରାଟ ସତ୍ୟ । ଚୀନରେ ଏମିତି ଏକ ସ୍କୁଲ ରହିଛି ଯେଉଁଠାରେ ଯୁବକମାନଙ୍କୁ କିପରି ଝିଅମାନଙ୍କ ମନ ଜିଣିପାରିବେ ତାହାର ଉପାୟ ଏଠାରେ ତାଲିମ୍ ଦିଆଯାଏ । ଚୀନର ବେଜିଂ ସହରରେ ଯୁବକମାନଙ୍କୁ ଏମିତି ଟ୍ରେନିଂ ଦିଆଯାଏ ଯେମିତି ଜଣେ ଝିଅକୁ ପ୍ରଥମ ଦେଖାରେ ହିଁ ମନାଇ ପାରିବ । ଝିଅଙ୍କୁ ପଟାଇବାର ଏ ସ୍କୁଲର ଫିସ୍ ଶୁଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ । ଡେଟିଂର ଟ୍ରେନିଂ ନେଉଥିବା ଯୁବକମାନଙ୍କୁ ଗୋଟିଏ ମାସ ପାଇଁ ୪୫୦୦ ଡଲାର ଦେବାକୁ ପଡିଥାଏ । ଫିସ୍ ମୂଲ୍ୟ ଏତେ ମହଙ୍ଗା ହେଲେ ମଧ୍ୟ ବହୁତ ଯୁବକ ଏଠାକୁ ଟ୍ରେନିଂ ନେବାକୁ ଆସିଥାନ୍ତି । ଲଭ୍ ଏନର୍ଜି ନାମକ ଏହି ସ୍କୁଲରେ ଝିଅକୁ ପଟାଇବା ପାଇଁ କ୍ଲାସରୁମ ସହ ଅନ୍ଲାଇନରେ ମଧ୍ୟ ଟ୍ରେନିଂ ଦିଆଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ସ୍କୁଲରେ ୨୩ରୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ଏଥିରେ ନାମ ଲେଖାଇଥାନ୍ତି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...