Home ସ୍ପେଶାଲ୍ ରିପୋର୍ଟ ତୌଧକପୁର ଦେଶର ପ୍ରଥମ ସ୍ମାର୍ଟ ଗାଁ

ତୌଧକପୁର ଦେଶର ପ୍ରଥମ ସ୍ମାର୍ଟ ଗାଁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ କାନପୁର ନଗର ଜିଲା ତୌଧକପୁର ଗ୍ରାମକୁ ଦେଶର ପ୍ରଥମ ସ୍ମାର୍ଟ ଗାଁ ଭାବେ ବିବେଚନା କରାଯାଇଛି। ଦୁଇଜଣ ସୂଚନା ପ୍ରଯୁକ୍ତି (ଆଇଟି) କର୍ମଚାରୀ ଯୋଗେଶ ସାହୁ ଓ ରଜନୀଶ ବାଜପେୟୀଙ୍କ ଉଦ୍ୟମକ୍ରମେ ଏହି ଗାଁ ସ୍ମାର୍ଟ ଗାଁ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ସ୍ମାର୍ଟ ଗାଁ ଅନୁଯାୟୀ ଏଠାରେ ଦିନକୁ ୧୮ରୁ ୨୦ଘଣ୍ଟା ବିଜୁଳି ଯୋଗାଣ, ଚାରିଆଡେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହିତ ୱାଇଫାଇ ବ୍ୟବସ୍ଥା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଷ୍ଟ୍ରୀଟ ଲାଇଟ, ଲୋକଙ୍କ ସମସ୍ୟା ଶୁଣାଣି କେନ୍ଦ୍ର ଇତ୍ୟାଦି କରାଯାଇଛି। ଏହି ସ୍ମାର୍ଟ ଗାଁରେ କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ବଜାର ବ୍ୟବସ୍ଥା କରାଯାଇଛି। ଯୋଗେଶ ଓ ରଜନୀଶଙ୍କ ତିନିବର୍ଷର ଉଦ୍ୟମ ପରେ ଏହି ଗାଁ ସ୍ମାର୍ଟ ଗାଁରେ ପରିଣତ ହୋଇପାରିଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉତ୍ସାହିତ ହୋଇ ସେମାନେ ଏପରି ସ୍ମାର୍ଟ ଗାଁ ତିଆରି କରିଥିବା ଜଣାଯାଇଛି। ରାଏବରେଲୀର ଉପକଣ୍ଠ ଏହି ଗ୍ରାମରେ ୨୪୨ଟି ପାଇଖାନା ତିଆରି ହୋଇଛି। ଯାହା ଉତ୍ତରପ୍ରଦେଶରେ ରେକର୍ଡ ସଂଖ୍ୟା। ଗାଁର ସମସ୍ତ କାର୍ୟ୍ୟକ୍ରମକୁ ଏକ ମୋବାଇଲ ଆପ୍‍ ଦ୍ୱାରା ପରିଚାଳନା କରାଯାଉଛି। ସାହୁ ଓ ବାଜପେୟୀଙ୍କ ଏହି ଉଦ୍ୟମରେ ସରପଞ୍ଚ ଓ ଜିଲାପାଳ ସହଯୋଗ କରିଥିଲେ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...