Viral

ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଯୁବତୀ

ଯୁବତୀମାନେ ସମବୟସ୍କ ଯୁବକଙ୍କ ତୁଳନାରେ ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି। ବିବାହିତ ପୁରୁଷଙ୍କ ସହିତ ବୁଝାମଣା କରିବା ସହଜ। ବିବାହିତ ପୁରୁଷଙ୍କ ମାନସିକ ସ୍ଥିତି ଅବିବାହିତ ଯୁବକଙ୍କ ତୁଳନାରେ ଦୃଢ଼ ହୋଇଥିବାରୁ ଯୁବତୀ ସେମାନଙ୍କୁ ପ୍ରେମ କରି ବସନ୍ତି ବୋଲି ଆମେରିକା ନିୟୁ ଜର୍ସି ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ସୂଚିତ କରାଯାଇଛିି। ଜୀବନରେ ଆସୁଥିବା ସମସ୍ୟାର ସମାଧାନ ଲାଗି ଉପଯୁକ୍ତ ନିର୍ଣ୍ଣୟ ନେବାରେ ବିବାହିତ ପୁରୁଷଙ୍କର ରହିଥାଏ ଅଧିକ କ୍ଷମତା। ଏହାସହିତ ବିବାହିତ ପୁରୁଷ ତାଙ୍କ ସାଥୀଙ୍କ ପ୍ରତି ଯତ୍ନଶୀଳ ହୋଇଥାନ୍ତି। ସେମାନେ ଘର ଏବଂ ବାହାରର କାମ ସହଜରେ କରିପାରନ୍ତି। ତେଣୁ ଅନେକ ସମସ୍ୟାର ସମାଧାନ ହୋଇପାରିଥାଏ। ଅପରପକ୍ଷରେ ବିବାହିତ ପୁରୁଷ ସଙ୍କୋଚ ନ କରି ଜୀବନର ଅନେକ ସମସ୍ୟା ସାଥୀଙ୍କ ସହିତ ଆଲୋଚନା କରିଥାନ୍ତି। ଯାହାକି ଅବିବାହିତ ଯୁବକଙ୍କ କ୍ଷେତ୍ରରେ ଦେଖିବାକୁ ମିଳି ନ ଥାଏ। ବିବାହିତ ପୁରୁଷ ଅନ୍ୟ ମହିଳାଙ୍କ ପ୍ରତି ପ୍ରାୟତଃ ଧ୍ୟାନ ଦେଇ ନ ଥାନ୍ତି। ଫଳରେ ପାରିବାରିକ ଜୀବନରେ ଲଭ୍‌ ଟ୍ରାଙ୍ଗଲ ସୃଷ୍ଟି ହେବାର ଆଶଙ୍କା କମ୍‌ ରହିଥାଏ। ଅନ୍ୟପକ୍ଷରେ ଅବିବାହିତ ଯୁବକଙ୍କ ଅନ୍ୟ ମହିଳାଙ୍କ ସୌନ୍ଦର୍ଯ୍ୟ ପ୍ରତି ସହଜରେ ଆକୃଷ୍ଟ ହୋଇଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Loading...

Join The Discussion

Loading...