Home ସ୍ପେଶାଲ୍ ରିପୋର୍ଟ ଜୋତା ଓଦା ହୋଇଯିବ ବୋଲି...ଯୁବକଙ୍କ କାନ୍ଧର ସାହାଯ୍ୟ ନେଲେ କନେଷ୍ଟବଲ

ଜୋତା ଓଦା ହୋଇଯିବ ବୋଲି…ଯୁବକଙ୍କ କାନ୍ଧର ସାହାଯ୍ୟ ନେଲେ କନେଷ୍ଟବଲ

ୟୁପି ପୁଲିସ ବିଭିନ୍ନ ସମୟରେ ନିଜର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାର ଥାଆନ୍ତି । ଏବେ ଖବର ଆସିଛି ୟୁପି ପୁଲିସର ଦୁଇ ତଳସ୍ତରର ଅଧିକାରୀଙ୍କ ବିଷୟରେ । ଘଟଣାଟି ଘଟିଛି ମୁରାଦାବାଦରେ । ଏଠିକାର ଦୁଇ କନେଷ୍ଟବଲ ନିଜର ଜୋତାକୁ ବଞ୍ଚାଇବା ପାଇଁ ଯୁବକଙ୍କ କାନ୍ଧର ସାହାଯ୍ୟ ନେଇଛନ୍ତି । ଏହି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୁଲିସଙ୍କ ଏହି କାମକୁ ଅଂଚଳରେ ନିନ୍ଦା କରାଯାଇଛି । ଘଟଣାଟି ଘଟିଛି ମୁଢାପାଣ୍ଡେ ଥାନା ଅଞ୍ଚଳ । ଏହି ଅଂଚଳର ଲାଲାଟିକର ଗ୍ରାମର ଅଧିବାସୀ ରାମ ସିଂହଙ୍କ ୨ଟି ପଶୁ ଚୋରି ହୋଇଯାଇଥିଲା । ଏହାର ତଦନ୍ତ କରିବାକୁ ଯାଉଥିଲେ ଏହି ଦୁଇ ପୁଲିସ କର୍ମଚାରୀ । ଏହି ଗାଁକୁ ଯିବା ବାଟରେ ଏକ ନଦୀ ପଡିଥିଲା । ନଦୀର କିଛି ବାଟ ପୂର୍ବରୁ ଏହି ଦୁଇ ଅଧିକାରୀ ବାଇକ୍ ଏକ ଗାଁରେ ରଖିଥିଲେ । ପରେ ପାଦରେ ଚାଲିଚାଲି ନଦୀ ପଠାକୁ ଯାଇଥିଲେ । ସେଠାରୁ ସେମାନେ ଡଙ୍ଗାରେ ଆରପାରିକୁ ଯାଇଥିଲେ । ଡଙ୍ଗା କୂଳରେ ଲାଗିବା ପରେ ଦୁଇ ପୁଲିସ ଅଧିକାରୀ ଓହ୍ଲାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଡଙ୍ଗା ଠାରୁ କୂଳ ଯିବା ବାଟରେ ଅଳ୍ପ ଅଳ୍ପ ପାଣିଥିଲା । ଏହି ପାଣିରେ ଜୋତା ଓଦା ହୋଇଯିବ ଭାବି ଏହି ଦୁଇ ଅଧିକାରୀ ସେହି ଗ୍ରାମର ଏକ ଯୁବକ କାନ୍ଧରେ ସବାର ହୋଇ କୂଳକୁ ଯାଇଥିଲେ । ଏହି ସମୟରେ ଭିଡିଓ ଓ ଫଟୋ ଜଣେ ଯୁବକ ନିଜର ମୋବାଇଲ କ୍ୟାମେରାରେ କଏଦ କରିନେଇଥିଲେ । ଏହା ଏବେ ଭାଇରାଲ ହେବା ପରେ ଜିଲ୍ଲା ଏସ୍ପି ଏହାର ତଦନ୍ତ କରୁଛନ୍ତି । ସେ କହିଛନ୍ତି ତଦନ୍ତ ରିପୋର୍ଟ ଆସିବା ପରେ ଏହି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...