Viral

୬୫ ବର୍ଷ ହେଲାଣି ଅଗାଧୁଆ ରହିଛନ୍ତି ଏହି ବ୍ୟକ୍ତି, ପାଣି ଦେଖିଲେ ତାଙ୍କୁ ଡର ଲାଗୁଛି

  •  
  • 10
  •  
  •  
  •  
  •  
  •  
    10
    Shares

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ । ଇରାନ୍ ନିବାସୀ ୮୦ ବର୍ଷୀୟ ଅମୁ ହାଜୀ ଆଜକୁ ୬୫ ବର୍ଷ ହେବ ସ୍ନାନ କରିନାହାନ୍ତି । ତାଙ୍କୁ ଦୁନିଆର ସବୁଠୁ ଅପରିଷ୍କାର ମଣିଷ ଭାବେ ବିବେଚିତ କରାଯାଇଛି । କେବଳ ସେତିକି ନୁହେଁ, ଅମୁଙ୍କ ଦାବି ଗାଧୋଇବା ସାଙ୍ଗକୁ ସେ ଅନେକ ବର୍ଷ ହେବ ପାଣି ଛୁଇଁ ବି ନାହାନ୍ତି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏ ଘଟଣା ସମ୍ପର୍କରେ ଅବୁଙ୍କ ସହ ଅନେକଥର ଆଲୋଚନା ମଧ୍ୟ କରାଯାଇଛି । କିନ୍ତୁ ତାଙ୍କର ଗୋଟିଏ ଉତ୍ତର, ପାଣି ଦେଖିଲେ ତାଙ୍କୁ ଭୟ ଲାଗୁଛି । ତେଣୁ ପାଣିକୁ ହାତ ଲଗାଇବା ବି ଛାଡ଼ିଦେଇଛନ୍ତି । ଯେତେବେଳେ ତାଙ୍କୁ ଭୟର କାରଣ ପଚରାଗଲା, ସେ ଆଶ୍ଚର୍ଯ୍ୟ କଲାଭଳି ଉତ୍ତର ଦେଲେ । ପାଣି ଦେଖିଲେ ସେ ଏତେ ଭୟଭୀତ ହୋଇଯାନ୍ତି ଯେ ରୋଷେଇ କରନ୍ତିନି କି ବାସନ ବି ମାଜନ୍ତିନି । ଏମିତିକି ପଚାସଢ଼ା ମାଂସ ଖାଇଥାନ୍ତି । ପାଣି ପିଇବାକୁ ଇଚ୍ଛା ହେଲେ କଳଙ୍କି ଲାଗିଥିବା ତେଲ ଟିଣର ବ୍ୟବହାର କରନ୍ତି । ନିଜ ଚେହେରାକୁ ଦର୍ପଣରେ ଦେଖନ୍ତି । କିନ୍ତୁ ତାକୁ ପରିଷ୍କାର କରିବାକୁ ଇଚ୍ଛା କରନ୍ତିନି । କେଶ ବଢ଼ିଗଲେ ତାକୁୂ ସଫା କରିବା କି କାଟିବା ପରିବର୍ତ୍ତେ ପୋଡ଼ିଦିଅନ୍ତି । ଏହା ପୂର୍ବରୁ ଭାରତର କୈଳାସ ସିଂହ ୩୮ ବର୍ଷ ନ ଗାଧୋଇ ରେକର୍ଡ କରିଥିଲେ । କିନ୍ତୁ ଅମୁ ତାଙ୍କର ସବୁ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ।

  •  
    10
    Shares
  •  
  • 10
  •  
  •  
  •  
  •  
Loading...

Join The Discussion

Loading...