Home ସ୍ପେଶାଲ୍ ରିପୋର୍ଟ ଏ ଶିଶୁ ଦିନକୁ ଟାଣୁଛି ୪୦ ସିଗାରେଟ୍ !

ଏ ଶିଶୁ ଦିନକୁ ଟାଣୁଛି ୪୦ ସିଗାରେଟ୍ !

ଦୁଇ ବର୍ଷର ଶିଶୁ ପ୍ରତିଦିନ ଟାଣୁଛି ୪୦ଟି ସିଗାରେଟ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏଭଳି ଜଣେ ଶିଶୁକୁ ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି। ଏହି ଦୁଇ ବର୍ଷର ଶିଶୁକୁ ପ୍ରତିଦିନ ଦରକାର ୪୦ଟି ସିଗାରେଟ୍‌। ଯଦି ସିଗାରେଟ ନ ମିଳେ ତେବେ ସେ କାନ୍ଦିଥାଏ। ଏଥିରୁ ଯଦି କେହି ତାକୁ ବାରଣ କରିଥାଏ ତେବେ ସେ ନାଲିଆଖି ଦେଖାଇବାକୁ ପଛାଇ ନଥାଏ। ଇଣ୍ଡୋନେସିଆରେ ଏବେ ଏହି ଦୁଇ ବର୍ଷର ଶିଶୁକୁ ନେଇ ଜୋର ଧରିଛି ଚର୍ଚ୍ଚା। ଏପରିକି ଶିଶୁଟିର ଅଜବ ଅଭ୍ୟାସ ଦେଖି ଲୋକମାନେ ମଧ୍ୟ ତାଜୁବ। କାରଣ ଏହି ଦୁଇ ବର୍ଷର ପିଲାଟିର ସିଗାରେଟ ନ ହେଲେ ଦିନ ବିତୁନାହିଁ। ଆଉ ଏହାରି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ୨ ବର୍ଷର ଛୁଆଟି ବାଇକ ଉପରେ ବସି ସିଗାରେଟ ଟାଣୁଥିବାର ଦେଖିବାକୁ ମିଳିଛି। ଏପରିକି ପାଖରେ ଛୁଆଟିର ମା’ ବାପା ମଧ୍ୟ ଉପସ୍ଥିତ ଅଛନ୍ତି। କିନ୍ତୁ ଶିଶୁଟିର ସେଥିପ୍ରତି ପରବାଏ ନାହିଁ। ଡେଲି ମେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିଗାରେଟ ନିଶାରେ ପଡିଥିବା ଏହି ଛୁଆଟିର ନାଁ ରାପି। ରାସ୍ତା କଡରେ ରାପିର ମା’ ଏକ ଛୋଟ ଦୋକାନ କରିଥିଲେ। ତେଣୁ ଅଧିକାଂଶ ସମୟରେ ରାପିକୁ ସେହି ଦୋକାନରେ ଦେଖିବାକୁ ମିଳୁଥିଲା। ରାସ୍ତାରେ ଯାଉଥିବା ଅଧିକାଂଶ ଲୋକ ସିଗାରେଟ ଟାଣିବା ପରେ ଫୋପାଡି ଦେଉଥିଲେ। କିଛି ଦିନ ରାପି ଏହା ଦେଖିବା ପରେ ଅଧା ଟଣା ହୋଇଥିବା ସିଗାରେଟ ରାସ୍ତାରୁ ଗୋଟାଇବା ସହ ଏହାକୁ ଟାଣିବା ଆରମ୍ଭ କରିଥିଲା। ପ୍ରଥମରୁ ରାପିର ବାପା ଓ ମା’ ଭାବୁଥିଲେ ଲିଭିଯାଇଥିବା ସିଗାରେଟ ସହ ତାଙ୍କ ପୁଅ ଖେଳୁଛି। କିନ୍ତୁ ଧୀରେ ଧୀରେ ଏହାକୁ ଅଭ୍ୟାସରେ ପରିଣତ କରିଥିଲା ରାପି। ସିଗାରେଟ ନିଶା ରାପିକୁ ଏବେ ଏଭଳି ଭାବେ ପାଗଳ କରିଛି ଯେ, ରାସ୍ତାରେ ଯାଉଥିବା ଲୋକଙ୍କୁ ମଧ୍ୟ ସିଗାରେଟ ମାଗିବାକୁ ପଛାଉନାହିଁ ରାପି। ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ରାପିର ବାପା ଓ ମା’ ଏହାକୁ ଦେଖୁଥିଲେ ମଧ୍ୟ ଏହାକୁ ରୋକୁ ନାହାନ୍ତି।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...