Viral

‘ସୋମବାର’ ପସନ୍ଦ କରୁଥିବା ଦେଶ !

  •  
  •  
  •  
  •  
  •  
  •  
  •  

ରବିବାର ଛୁଟି ପରେ କ’ଣ ଆପଣଙ୍କୁ ସୋମବାର ପସନ୍ଦ? ହୁଏତ ଏ ପ୍ରଶ୍ନରେ ଅଧାରୁ ଅଧିକ ଲୋକଙ୍କ ଉତ୍ତର ରହିବ ନା । କାରଣ ଛୁଟିଦିନରେ ମିଳୁଥିବା ଆରାମ ପରେ ଅଧିକାଂଶ ଲୋକଙ୍କୁ ଅଫିସ୍ ଯିବାକୁ ଇଚ୍ଛା ନଥାଏ । କିନ୍ତୁ ଦୁନିଆରେ ଏମିତି ଏକ ଦେଶ ଅଛି, ଯେଉଁଠାରେ ଲୋକଙ୍କ ପାଇଁ ସୋମବାର କୌଣସି ଉତ୍ସବର ଦିନଠୁ କମ୍ ନଥାଏ । ବିଶେଷକରି ଯୁବକମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଖାସ୍ । ସେମାନେ ଏହି ଦିନଟିକୁ ଚାତକ ପରି ଚାହିଁ ରହିଥାନ୍ତି । କାରଣ ଏ ଦିନ ଯୁବକଙ୍କୁ ମିଳିଥାଏ ଛୁଟି । ଆଉ ଏହି ଛୁଟିରେ ସେମାନେ ମନ ପସନ୍ଦର ଯୁବତୀଙ୍କ ସହ ଭିନ୍ନ କିଛି କରିବାର ସୁଯୋଗ ମିଳିଥାଏ । ୟୁରୋପୀୟ ଦେଶ ପୋଲାଣ୍ଡ, ଚେକ୍ ଗଣରାଜ୍ୟ ଏବଂ ପୂର୍ବୀୟ ୟୁରୋପ୍ ଦେଶ ୟୁକ୍ରେନ୍ରେ ସୋମବାର ଦିନ ବେଶ୍ ଖାସ୍ ଥାଏ । ଏହି ଦିନ ଯୁବକମାନେ ଛୁଟି ନେଇ ପସନ୍ଦର ଝିଅଙ୍କ ଉପରେ ପାଣି ଢାଳି ଗୋଡ଼ଠୁ ମୁଣ୍ଡ ଯାଏ ଓଦା କରିଥାନ୍ତି । ଏହା ସେମାନଙ୍କୁ ଦେଇଥାଏ ଏକ ନିଆରା ଖୁସି । ତେବେ ଏଭଳି କରିବା ପଛରେ ରହିଛି ଏକ କାହାଣୀ । ଦେଶରେ ଯେବେଠୁ ଈସାଈ ଧର୍ମ ଗ୍ରହଣ କରାଯାଇଛି, ସେବେଠୁ ଏଠାରେ ‘ୱେଟ୍ ମଣ୍ଡେ’ ବା ‘ଓଦା ସୋମବାର’ ପାଳିତ ହେଉଛି । ଏଣୁ ସୋମବାର ଦିନ ଏଠାକାର ଲୋକମାନେ ପରସ୍ପର ଉପରେ ପାଣି ଢାଳିଥାନ୍ତି । ଏଭଳି କଲେ ପାପ ଧୋଇ ହୋଇଯାଏ ବୋଲି ବିଶ୍ୱାସ ରହିଛି ।

  •  
  •  
  •  
  •  
  •  
  •  
  •  
Loading...

Join The Discussion

Loading...