Viral

ଗାଁରେ ପ୍ରସବ ବାରଣ!

  •  
  • 1
  •  
  •  
  •  
  •  
  •  
    1
    Share

ଭୋପାଳଠାରୁ ପ୍ରାୟ ୭୦ କିମି ଦୂର ଗଲେ ପଡ଼େ ସାଙ୍କା ଜାହାଙ୍ଗୀର ଗାଁ । ୧୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଅଧିକାଂଶ ଗୁର୍ଜର୍ ସମାଜର । ତେବେ ଗାଁଟି ଏକ ଖାସ୍ ମାନ୍ୟତା ପାଇଁ ପୁରା ଭାରତରେ ପ୍ରସିଦ୍ଧ । ଶୁଣିବାକୁ ମିଳେ, ଆଜକୁ ପ୍ରାୟ ୫୦ ବର୍ଷ ହେବ ଏଠାରେ କୌଣସି ମହିଳାଙ୍କ ପ୍ରସବ ହୋଇନାହିଁ । ପିଲା ଜନ୍ମ ସମୟରେ ମହିଳାଙ୍କୁ ଗାଁ ବାହାରକୁ ଯିବାକୁ ପଡ଼ିଥାଏ । ନଚେତ୍ ବାପଘର କିମ୍ବା ହସ୍ପିଟାଲ୍ । ମାନ୍ୟତା ରହିଛି ଯଦି କୌଣସି ମହିଳାଙ୍କର ଗାଁ ଭିତରେ ପ୍ରସବ ହୁଏ, ତେବେ ଶିଶୁ ବିକଳାଙ୍ଗ ହୋଇ ଜନ୍ମନେବ । ଗ୍ରାମବାସୀଙ୍କ ଅନୁସାରେ, ଗାଁରେ ଶ୍ୟାମାଜୀ ମାତାଙ୍କ ପବିତ୍ରତା ପ୍ରସବ ଦ୍ୱାରା ନଷ୍ଟ ହେବ । ଯଦି କୌଣସି ମହିଳାଙ୍କ ପ୍ରସବ ଗାଁରେ ହୁଏ, ତେବେ ମା’ ଅଭିଶାପ ଦେବେ । ଏଣୁ ଏଭଳି ନିଷେଧାଦେଶ ବର୍ଷ ବର୍ଷ ଧରି ପାଳନ କରାଯାଇ ଆସୁଛି । ସେମାନଙ୍କ ପୂର୍ବପୁରୁଷମାନେ ଏହି ବ୍ୟବସ୍ଥା କରିଥିଲେ । ଯାହାକୁ ଏବେ ବି ପିଢ଼ି ପରେ ପିଢ଼ି ପାଳନ କରିଆସୁଛନ୍ତି । ପ୍ରସବର ମାସକ ପୂର୍ବରୁ ଡାକ୍ତରଙ୍କଠାରୁ ତାରିଖ ଶୁଣିବା ପରେ ମହିଳାଙ୍କୁ ଗାଁ ଛାଡ଼ିବାକୁ ପଡ଼େ । ଏହା ପଛରେ କେତେ ସତ୍ୟତା ଅଛି କି ଏହା ଏକ ଅନ୍ଧବିଶ୍ୱାସ ତାହା କାହାରିକୁ ଜଣା ନାହିଁ । ତେବେ ଯୁବ ବଦଳିବା ସହ ଭାବାନରେ ମଧ୍ୟ ପରିବର୍ତ୍ତନ ଆସିଛି । ଗାଁର ମୁଖିଆଙ୍କ ପୁଅ ଏବେ ଏହି ନିୟମ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛନ୍ତି । ତାଙ୍କୁ ଗାଁର କିଛି ବୁଦ୍ଧିଜୀବୀ ସହଯୋଗ ମଧ୍ୟ କରିଛନ୍ତି । ମୁଖିଆଙ୍କ ପୁଅ କହିଛନ୍ତି, ବର୍ତ୍ତମାନର ଆଧୁନିକ ସମୟରେ ଏଭଳି ଅନ୍ଧବିଶ୍ୱାସକୁ ଭାଙ୍ଗି ମହିଳାଙ୍କ ପ୍ରସବ ଗାଁରେ କରାଯିବାର ସମସ୍ତ ବ୍ୟବସ୍ଥା ସେ ନିଶ୍ଚୟ କରିବେ ।

  •  
    1
    Share
  •  
  • 1
  •  
  •  
  •  
  •  
Loading...

Join The Discussion

Loading...