Viral

ରିକ୍ସା ଚାଳକଙ୍କ ପୁତ୍ର ବନିଲେ ଆଇଏଏସ୍ ଅଫିସର, ଜାଣନ୍ତୁ ପୁରା କାହାଣୀ

  •  
  • 22
  •  
  •  
  •  
  •  
  •  
    22
    Shares

ଆମ ସମାଜରେ ଏମିତି କେତେକ ଲୋକ ଅଛନ୍ତି ଯେଉଁମାନ୍ୟ ଅନ୍ୟକୁ ଥଟା ପରିହାସ କରି ମଜା ଉଠାନ୍ତି । ସେମାନେ କେବେ ଭାବନ୍ତି ନାହିଁ ଯେ, ଯାହାକୁ ସେମାନେ ଥଟା କରୁଛନ୍ତି ସେ ଦିନେ ତାଙ୍କଠାରୁ ବଡ ହୋଇ ଦୁନିଆ ଆଗରେ ଠିଆ ହେବ । ଆଜି ଆପଣଙ୍କୁ ଏମିତି ଏକ କାହାଣୀ ଜଣାଇବାକୁ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଉତ୍ତରପ୍ରଦେଶର କାଶୀର ଏକ ରିକ୍ସା ଚାଳକ ସଂଘର୍ଷ ବଳରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିଛି । କାଶୀର ବାସିନ୍ଦାର ନାରାୟଣ ଜାୟସବାଳ ନିଜର ଦୀର୍ଘଦିନର ସଂଘର୍ଷ ପରେ ନିଜ ପୁତ୍ରକୁ ଆଇଏଏସ୍ କରିବା ସହ ତାଙ୍କର ବିବାହ ଜଣେ ଆଇପିଏସ୍ ଅଫିସର ସହିତ ହୋଇଛି । ଏବେ ପୁତ୍ରବଧୂ ନିଜ ଗାଁରେ ଚାକିରୀ କରୁଛନ୍ତି ।
ଗଣମାଧ୍ୟମ ସହ ଆଲୋଚନା ଅବସରରେ ନାରାୟଣ କହିଛନ୍ତି ଯେ, ତାଙ୍କର ତିନି ଝିଅ ଓ ଗୋଟେ ପୁଅ । ସେ ଅଲଇପୁରାର ଭଡାଘରେ ରୁହନ୍ତି । ନାରାୟଣଙ୍କ ପାଖରେ ୩୫ ରିକ୍ସା ଥିଲା, ସେଗୁଡିକୁ ସେ ଭଡା ଦେଇ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଦୁଃଖର ବିଷୟ ଯେତେବେଳେ ତାଙ୍କ ପତ୍ନୀଙ୍କ ବ୍ରେନ୍ ସମସ୍ୟାକୁ ଦୂର କରିବା ପାଇଁ ୨୦ଟି ରିକ୍ସା ବିକିବାକୁ ପଡିଥିଲା । କିଛି ଦିନ ପରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଯାଇଥିଲା । ଏହି ସମୟରେ ତାଙ୍କ ପୁତ୍ର ଗୋବିନ୍ଦା ସପ୍ତମ ଶ୍ରେଣରେ ଅଧ୍ୟାୟନରତ ଥିଲେ ।
ତାଙ୍କର ଏମିତି ପରିସ୍ଥିତି ସେ ସମୟରେ ହୋଇଥିଲା ଯେ, ଖାଇବା ପାଇଁ ଦୁଇଓଳି ରୁଟି ମିଳୁନଥିଲା । ଏହି ଦିନ କଥା ମନେ ପକାଇ ନାରାୟଣ କହିଛନ୍ତି ଯେ, ଯେତେବେଳେ ଗୋବିନ୍ଦାକୁ ରିକ୍ସାରେ ବସାଇ ସ୍କୁଲ ଛାଡିଯାଉଥିଲା । ସେହି ସମୟରେ ଆମକୁ ଦେଖି ଲୋକେ ଥଟ୍ଟା ମଜା କରୁଥିଲେ । ପିଲାମାନେ କହୁଥିଲେ, ଏ ଆସିଲା ରିକ୍ସାବାଲା ପୁଅ । ମୁଁ ଯେତେବେଳେ ମୁଁ ପୁଅକୁ ଆଇଏଏସ୍ କରିବି ବୋଲି କହୁଥିଲେ ଲୋକେ ମଜାକ୍ ଉଡାଉଥିଲେ ।
ନାରାୟଣ କହିଛନ୍ତି ଯେ, ଝିଅଙ୍କ ବିବାହ ବେଳେ ବାକି ରିକ୍ସାକୁ ବିକିବାକୁ ପଡିଥିଲା । ମୋ ପାଖରେ ସେତେବେଳେ ଗୋଟିଏ ରିକ୍ସା ଥିଲା । ଟଙ୍କା ଅଭାବ ଏତେ ଥିଲା ଯେ, ଗୋବିନ୍ଦା ସେକେଣ୍ଡ ହେଣ୍ଡ ବହି ପଢୁଥିଲା ।

କେମିତି ଆଇଏଏସ୍ ହୋଇଥିଲେ ଗୋବିନ୍ଦା..
ଗୋବିନ୍ଦା ଜୟସବାଳ ୨୦୦୭ରେ ଆଇପିଏସ୍ ଅଫିସର ହୋଇଥିଲେ । ଏହି ସମୟରେ ସେ ନିଜ ଗ୍ରାମରେ ସେକ୍ରେଟରୀ ପୋଷ୍ଟରେ ଥିଲେ । ପରେ ସ୍କିଲ ଡେଭଲମେଣ୍ଟସେକ୍ରେଟେରୀ, ଇଣ୍ଟେଲିଜେନ୍ସର ଡାଇରେଟର ହୋଇଥିଲେ । ହରିଶ୍ଚନ୍ଦ୍ର ୟୁନିବର୍ସିଟିରେ ଗ୍ରାଜୁଏସନ୍ ସରିବା ପରେ ୨୦୦୬ରେ ସିଭିଲ ସର୍ବିସର ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରେ ସେ ପାଟ୍ ଟାଇମ୍ ଜବ୍ କରି ନିଜର ଟ୍ୟୁସନ ଖର୍ଚ୍ଚ ତୁଳାଉଥିଲେ । ଏହାର ଫଳ ମଧ୍ୟ ତାଙ୍କୁ ଖୁବ୍ କମ୍ ସମୟରେ ମିଳିଥିଲା । ପ୍ରଥମ ଥର ପରୀକ୍ଷା ଦେଇ ୪୮ ନମ୍ବର ର‌୍ୟାଙ୍କ ରହିବା ସହ ଆଇଏଏସ୍ ହୋଇପାରିଥିଲେ । ଗୋବିନ୍ଦା ବଡବଉଣୀ ଏକ ଭିଡିଓରେ ଜଣାଇଛନ୍ତି ଯେ, ଭାଇ ପିଲାଦିନୁ ପାଠପଢାରେ ଆଗରେ ଥିଲା । ମାଆ ଦେହାନ୍ତ ପରେ ମଧ୍ୟ ସେ ପାଠପଢା ଜାରି ରଖିଥିଲା । ସେ ଦିଲ୍ଲୀ ଯିବା ପରେ ପିତା ବହୁ କଷ୍ଟରେ ତା’ର ପଢା ଖର୍ଚ୍ଚ ପଠାଉଥିଲେ । ଘରର ଅବସ୍ଥା ଦେଖି ଭାଇ ଚା ଓ ଟିଫିନ୍ ବନ୍ଦ କରିଦେଇଥିଲା । ୨୦୧୧ ମସିହାରେ ଚନ୍ଦନା ନାମକ ଆଇପିଏସଙ୍କୁ ବିବାହ କରିଥିଲେ । ସେ ମଧ୍ୟ ତାଙ୍କ ଶୁଶୁରଙ୍କୁ ବହୁତ ପ୍ରଶଂସା କରି ଗଣମାଧ୍ୟମରେ ନିଜର ମତ ରଖିଛନ୍ତି ।

Loading...
  •  
    22
    Shares
  •  
  • 22
  •  
  •  
  •  
  •  
Loading...

Join The Discussion

Loading...