Home ସ୍ପେଶାଲ୍ ରିପୋର୍ଟ ମଦ ପିଉଛନ୍ତି ଠାକୁର !

ମଦ ପିଉଛନ୍ତି ଠାକୁର !

ଦୁନିଅାରେ ଅନେକ ବିଚିତ୍ର ଘଟଣା ଘଟେ। ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସେହି ସବୁ ଘଟଣାକୁ ଏଭଳି ଭାବେ ଗ୍ରହଣ କରିନିଅନ୍ତି ଯେ ତାହା ଧୀରେ ଧୀରେ ପ୍ରଥା ଓ ପରମ୍ପରାରେ ପରିବର୍ତ୍ତିତ ହୋଇଯାଏ। ଈଶ୍ୱରଙ୍କୁ ଅାମେମାନେ ବିଶ୍ୱାସ କରୁ। ତାଙ୍କର ପୂଜା କରୁ। ଭୋଗ ନୈବେଦ୍ୟ ଲାଗି କରୁ ପ୍ରସାଦରେ ଅାମେ ବିଭିନ୍ନ ଫଳମୂଳ, ଉଖୁଡ଼ା, କ୍ଷୀର ତ କେବେ ଅନ୍ନ ଲାଗି କରୁ କିନ୍ତୁ ମଦ? ଏହା କଣ କେବେ ସମ୍ଭବ ଯେ, ଜଣେ ଭଗବାନଙ୍କୁ ଭୋଗ ଭାବରେ ମଦ ଦିଅାଯାଏ? ଅାଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ ଏହି ଭଗବାନଙ୍କୁ ମଦ ଲାଗି କରାଯାଉଥିବାରୁ ତାଙ୍କୁ ଶରାବୀ ଭଗବାନ୍ ବୋଲି କେହି କେହି ନାମିତ କରିଛନ୍ତି। ଏହି ଠାକୁରଙ୍କୁ ଖୁସି କରିବା ପାଇଁ ଶ୍ରଦ୍ଧାଳୁମାନେ ବୋତଲ ବୋତଲ ମଦ ଅାଣନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ଈଶ୍ୱର ଏବଂ ଏହି ଭିନ୍ନ ବିଶ୍ୱାସ ସମ୍ପର୍କରେ….

ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ଏହି ମନ୍ଦିରର ନାଁ ହେଉଛି କାଳଭୈରବ ଦେବଙ୍କ ମନ୍ଦିର। ଏହା ପ୍ରଭୁ କାଳଭୈରବଙ୍କୁ ଅର୍ପିତ ଯିଏକି ଏହି ନଗରର ରକ୍ଷାକାରୀ ଭାବେ ପ୍ରସିଦ୍ଧ ମନ୍ଦିରଟି ବଦ୍ରସେମନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ଏବଂ ଏହା ହିନ୍ଦୁମାନଙ୍କର ପ୍ରାଚୀନ ରହସ୍ୟମୟୀ ମନ୍ଦିରଗୁଡ଼ିକ ଭିତରୁ ଅନ୍ୟତମ। ହିନ୍ଦୁ ଧର୍ମରେ ଭୈରବଙ୍କୁ ପ୍ରଭୁ ଶଙ୍କରଙ୍କର ଭୟାନକ ଅବତାର ଭାବେ ଗ୍ରହଣ କରାଯାଏ। କାଳଭୈରବ ସେହି ୮ ଭୈରବଙ୍କ ମଧ୍ୟରେ ସବୁଠାରୁ ବେଶୀ ପ୍ରକୋପଶାଳୀ ଏବଂ ମୁଖ୍ୟ। ତେଣୁ ତାଙ୍କର ମନ୍ଦିର ନିର୍ମାଣ କରାଯାଇ ପୂଜା କରାଯାଏ। ଏହି ମନ୍ଦିରକୁ ଭଗବାନଙ୍କ ଦର୍ଶନ ଅାଶାରେ ଅାସୁଥିବା ଭକ୍ତମାନେ ଫଳମୂଳ ଅାଦି ଭୋଗ ପ୍ରତିବଦଳରେ ମଦ ଅାଣି ଅାସନ୍ତି ଏବଂ ଭଗବାନଙ୍କୁ ଲାଗି କରାନ୍ତି। ତେବେ ସବୁଠାରୁ ରୋଚକ କଥା ହେଉଛି, କାଳଭୈରବ ଭଗବାନ ମଦ ପାନ ବି କରନ୍ତି। ତେବେ ଯଦି କେବେ ଅାପଣ ସେଠାକୁ ଯିବେ, ତେବେ ଦେଖିବେ ଯେ ଲୋକମାନେ ସାର୍ବଜନୀନ ଭାବେ ମନ୍ଦିର ନିକଟରେ ମଦ ବିକ୍ରି କରୁଛନ୍ତି।

ସବୁଠାରୁ ଅାଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ଥିବା ମନ୍ଦିରର ପୂଜାରୀ କୁହନ୍ତି ଯେ ଠାକୁରଙ୍କୁ ମଦ ପିଅାଯାଏ ଏବଂ ଠାକୁର ମଧ୍ୟ ପିଇଯାଅାନ୍ତି। ଏ ବିଷୟରେ ଗବେଷଣା କରିବା ଉଦ୍ଦେଶ୍ୟରେ ଏହି ମନ୍ଦିରକୁ ଅନେକ ଗବେଷକ ଅାସିଛନ୍ତି। କିନ୍ତୁ ଏଯାବତ୍ କେହି ମଧ୍ୟ ଜାଣିପାରିନାହାନ୍ତି ଯେ, ଠାକୁର କେମିତି ମଦ ପିଉଛନ୍ତି। ଠାକୁରଙ୍କ ପାଖରେ ଲାଗି ହେଉଥିବା ଏହି ମଦ ସବୁ ଯାଉଛି କୁଅାଡ଼େ?

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...