Viral

ଏମିତି ଜଣେ ମହିଳା, ଯିଏ ସ୍ୱାମୀ ଓ ପ୍ରେମିକ ସହ ଏକାଠି ରହିବାକୁ ଚାହୁଁଛି

  •  
  • 52
  •  
  •  
  •  
  •  
  •  
    52
    Shares

ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ଥାନାକୁ ଏକ ବିରଳ ମାମଲା ନେଇ ଆସିଛନ୍ତି। ଉଭୟ ସ୍ବାମୀ ଓ ପ୍ରେମିକଙ୍କ ସହ ରହିବାକୁ ଚାହୁଁଥିବା ଏହି ମହିଳାଙ୍କ କଥା ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛି। ମହିଳା ଜଣଙ୍କ ପୋଲିସକୁ କହିଛନ୍ତି ଯେ, ସେ ବିବାହିତା।

ଏବେ ସେ ସ୍ବାମୀ ଏବଂ ପ୍ରେମିକଙ୍କ ସହ ରହିବାକୁ ଚାହୁଁଛନ୍ତି। ମହିଳାଙ୍କଠାରୁ ଏଭଳି ଅଜବ କଥା ଶୁଣି ପୋଲିସ ତାଙ୍କ ସ୍ବାମୀ ଓ ପ୍ରେମିକଙ୍କୁ ଡକାଇଥିଲା। ପୋଲିସ ସାମ୍ନାରେ ମହିଳା ଜଣକ କହିଥିଲେ ଯେ, ତାଙ୍କ ସ୍ବାମୀ ତାଙ୍କୁ ଖୁବ୍‌ ମାରପିଟ କରନ୍ତି। ସେ ଏହା ମଧ୍ୟ ଜାଣିଛନ୍ତି ଯେ ମୋର ପ୍ରେମିକ ଅଛନ୍ତି। ଏ ସମ୍ପର୍କରେ ପ୍ରେମିକଙ୍କୁ ପଚରାଯିବାରୁ ସମ୍ପୃକ୍ତା ମହିଳା ଓ ତାଙ୍କ ସ୍ବାମୀଙ୍କ ସହ ଗୋଟିଏ ଘରେ ରହିବାକୁ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ।

Loading...

କିନ୍ତୁ ସ୍ତ୍ରୀଙ୍କ ସହ ରହିବାକୁ ଆଦୌ ରାଜି ନ ଥିଲେ ସ୍ବାମୀ। ଏହାପରେ ପୋଲିସ ତିନି ଜଣଙ୍କୁ ବସେଇ ବହୁତ ବୁଝାଶୁଝା କରିଥିଲା। ଶେଷରେ ପ୍ରେମିକ ଜଣକ ପ୍ରେମିକାଙ୍କୁ ଛାଡ଼ିବାକୁ ରାଜି ହୋଇଥିଲେ।

  •  
    52
    Shares
  •  
  • 52
  •  
  •  
  •  
  •  
Loading...

Join The Discussion

Loading...