Viral

ଚାଇନିଜ୍ ବକରା : ପିଉଛି ପେପ୍ସି, କୋକାକୋଲା

  •  
  • 3
  •  
  •  
  •  
  •  
  •  
    3
    Shares

ଆଜି ଆପଣଙ୍କୁ ଉତ୍ତରପ୍ରଦେଶର ଏକ ବକରା ବିଷୟରେ ଜଣାଇବୁ । ଯାହାର ଉଚ୍ଚତା ଦେଢ ଫୁଟ । ଆଜ୍ଞା, ଏହି ନିଜର ଛୋଟ ଉଚ୍ଚତା ପାଇଁ ଯେତିକି ଚର୍ଚ୍ଚିତ ନୁହେଁ ତା’ର ଖାଦ୍ୟପାନୀୟ ପାଇଁ ଫେମସ୍ ଅଟେ । ଏହା ବିଷୟରେ ଜାଣିବା ପରେ ବହୁ ଦୂରଦୂରାନ୍ତରୁ ଲୋକ ଦେଖିବାକୁ ଆସୁଥିବା ନଜିର ରହିଛି । ଏହି ବକରାର ନା’ ହେଉଛି ଚାଇନିଜ୍ । କୁହାଯାଉଛି ଯେ, ଏହାକୁ ଚୀନରୁ ଅଣାଯାଇଥିବାରୁ ତା’ର ନା’ ଚାଇନିଜ୍ ରଖାଯାଇଛି । କିଛି ଦିନ ତଳେ ସ୍ଥାନୀୟ ଗଣମାଧ୍ୟମରେ ଏହି ଚାଇନିଜ୍ ବକରା ଉପରେ ଚର୍ଚ୍ଚା ହୋଇଥିଲା । ତା’ପରେ ଏହି ବକରା କିଣିବା ପାଇଁ ବହୁ ଲୋକ ବକରା ମାଲିକଙ୍କୁ ଭେଟିଥିଲେ । କିନ୍ତୁ ବକରା ମାଲିକ ଚାଇନିଜ୍କୁ ବିକିବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ, ଚାଇନିଜ୍ ଏବେ ବର୍ଷକର ହୋଇଛି । ଦୁଇ ମାସରେ ତା’ର ଓଜନ ୭୦କି.ଜି ବୃଦ୍ଧି ପାଇଛି । ସେ ଆହୁରି କହିଛନ୍ତି ଚାଇନିଜ ଫଳ ସହ ଡ୍ରାଇ ଫୁଟ୍ସ ଖାଇବା ସହ କୋଲ୍ଡ ଡ୍ରିଂକ୍ସ ପିଇଥାଏ । ଚାଇନିଜ୍ ପେପ୍ସି ଓ କୋକାକୋଲକୁ ବେଶୀ ପସନ୍ଦ କରିଥାଏ । ଚାଇନିଜ୍ ଏତେ ବୁଝିଯାଉଛି ଯେ, ତାଙ୍କୁ ଡାକିଲେ ସେ ମାଲିକଙ୍କ ପାଖକୁ ପଳାଇ ଆସୁଛି ଏବଂ ତାକୁ ବସିବାକୁ କହିଲେ ସେ ବସି ଯାଉଛି । ଏତିକି ନୁହେଁ ପରିବାର ଲୋକ ଖାନା ଖାଇବା ସମୟରେ ଚାଇନିଜ ମଧ୍ୟ ତାଙ୍କ ସହ ବସି ଖାଦ୍ୟ ଗ୍ରହଣ କରିଥାଏ ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...