Viral

ଅଫିସରେ ଶୋଇଲେ ପୁରସ୍କାର !

  •  
  • 7
  •  
  •  
  •  
  •  
  •  
    7
    Shares

ଜାପାନରେ ଅଛି ଏପରି ଏକ କଂପାନୀ ଯେଉଁଠାରେ ପର୍ଯ୍ୟାପ୍ତ ପରିମାଣରେ ଶୋଉଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥାଏ । କ୍ରେଜି ଲଙ୍କ ନାମକ ଏହି କଂପାନିଟି ବିଭିନ୍ନ ବିବାହ ତଥା ଅ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ୫ ଦିନର କାର୍ଯ୍ୟ ଦିବସ ମଧ୍ୟରେ ଅତି କମ୍ରେ ୬ ଘଣ୍ଟା ଶୋଉଥିବା କର୍ମଚାରୀକୁ କଂପାନୀର ନିୟମ ଅନୁଯାୟୀ ଅର୍ଥରାଶୀ ପୁରସ୍କୃତ କରାଯାଇଥାଏ । କେଉଁ କର୍ମଚାରୀ କେତେ ସମୟ ଶୋଉଛି ଏସବୁର ନଜର ରଖିଥାଏ ଏକ ସ୍ୱତନ୍ତ୍ର ଆପ୍ । କଂପାନୀର ମୁଖ୍ୟ କେଜୁହିକୋ ମେରିୟାମାଙ୍କ କହିବା ଅନୁଯାୟୀ, ବ୍ୟବସାୟରେଉନ୍ନତି ପାଇଁ ସୁସ୍ଥ କର୍ମଚାରୀ ଆବଶ୍ୟକ ଏବଂ ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ନିଦ ନିହାତି ଜରୁରୀ । ଏଣୁ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେ ନିଜ କଂପାନିରେ ଏହି ନିୟମ ଲାଗୁ କରିଛନ୍ତି । ଏଠାରେ ଲୋକେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଧରି କାର୍ଯ୍ୟ କରିଥାନ୍ତି। ଅତ୍ୟଧିକ ପରିଶ୍ରମ ଯୋଗୁଁ ଥକ୍କାପଣ ଅନୁଭବ ହେବା ଏକ ସାଧାରଣ କଥା। ଏଠାରେ ଅଫିସ କାର୍ଯ୍ୟ କରୁଥିବା ସମୟରେ ଯଦି କେହି ଶୋଇପଡନ୍ତି ତେବେ ଏହା ସେହି ବ୍ୟକ୍ତିର କଠିନ ପରିଶ୍ରମକୁ ସୂଚାଇଥାଏ।

  •  
    7
    Shares
  •  
  • 7
  •  
  •  
  •  
  •  
Loading...

Join The Discussion

Loading...