Viral

ଲିଫ୍ଟ୍‌ ମାଗେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ଅତୃପ୍ତ ପ୍ରେତାତ୍ମା

  •  
  • 4
  •  
  •  
  •  
  •  
  •  
    4
    Shares

ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳ ଏକ ବୁଦୁବୁଦିଆ ଜଙ୍ଗଲିଆ ଅଞ୍ଚଳ। ଭାରତୀୟ ବ୍ରିଟିଶ ସେନାବାହିନୀ ଦ୍ୱାରା ଏହା ସ୍ଥାପିତ ହୋଇଥିଲା। ଶୁଣିବାକୁ ମିଳେ ଏଠି ଜଣେ ମହିଳାଙ୍କ ପ୍ରେତାତ୍ମା ଧଳା ଶାଢ଼ୀ ପିନ୍ଧି ନିର୍ଜନ ସମୟରେ ବୁଲିଥାନ୍ତି। ମହିଳାଙ୍କ ପ୍ରେତାତ୍ମା ସେବାଟ ଦେଇ ଯାଉଥିବା ଲୋକଙ୍କୁ ଲିଫ୍ଟ ମାଗନ୍ତି। ଲିଫ୍ଟ ନ ଦେଲେ, ସେ ଚାଳକଙ୍କ ଗାଡ଼ି ସାଇଡ୍‌ରେ ଦୌଡ଼ିଥାଏ। ଏକୁଟିଆ ଯାତ୍ରୀଙ୍କୁ ପ୍ରେତାତ୍ମା ହଇରାଣ ହରକତ କରୁଥିବା ଶୁଣିବାକୁ ମିଳେ। ସେହି ମହିଳା ଜଣକ ଜୀବିତାବସ୍ଥାରେ କୌଣସି ପଥଚାରୀ ହୋଇଥିବା କଥା ଅନେକ କହିଥାନ୍ତି। ରାତି ୧ରୁ ୪ଟା ଭିତରେ ପ୍ରେତାତ୍ମା ଧଳା ପୋଷାକରେ ବୁଲୁଥିବାର କେତେକ ଦେଖିଥିବା କଥା କୁହନ୍ତି। ଯଦି କେହି ଅଜଣା ଲୋକ ପ୍ରେତାତ୍ମାକୁ ଦେଖି ଅଟକି ଯାଇ କୌଣସି କଥାବାର୍ତ୍ତା ହୁଅନ୍ତି ତେବେ ତାଙ୍କ ଉପରେ ବିପଦ ଆସିବା ସୁନିଶ୍ଚିତ। ରାତିରେ ଏବାଟରେ ଯିବାକୁ କେହି ସାହସ କରି ନ ଥାନ୍ତି। ପୋଲିସ ପକ୍ଷରୁ ଲୋକଙ୍କୁ ରାତିରେ ଏହି ବାଟରେ ଯିବା ଲାଗି ବାରଣ କରାଯାଇଥାଏ। ପ୍ରେତାତ୍ମା କାହିଁକି ଏପରି ବୁଲୁଛି ସେ ନେଇ ନାନା କଥା ଶୁଣାଯାଇଥାଏ। ଅତୀତରେ କିଛି ଲୋକ ଏହାର ରହସ୍ୟ ଜାଣିବା ପାଇଁ ଚେଷ୍ଟା କରି ବିପଦରେ ପଡ଼ିଥିବା ଶୁଣିବାକୁ ମିଳେ।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...