Home ସ୍ପେଶାଲ୍ ରିପୋର୍ଟ ଡିଜିଟାଲ୍ ଭିକାରୀ

ଡିଜିଟାଲ୍ ଭିକାରୀ

୍ରତ୍ୟେକ ଯୁବପିଢ଼ିଙ୍କ ସ୍ୱପ୍ନ ଥାଏ ସେମାନେ ଏମିତି ଚାକିରି କରିବେ, ଯେଉଁଠାରୁ ଅଧିକରୁ ଅଧିକ ବେତନ ହାସଲ କରିପାରିବେ । କିନ୍ତୁ ଅନେକ ସମୟରେ ଏହି ସ୍ୱପ୍ନ ପୂରଣ ହୋଇପାରି ନଥାଏ । ଡିଗ୍ରୀ ଏବଂ ଦକ୍ଷତା ଥାଇ ବି ଚାକିରି ମିଳିବା କଷ୍ଟକର ହୋଇପଡ଼େ । କିନ୍ତୁ ନ୍ୟୁୟର୍କର ଜଣେ ଯୁବକ ରୋଜଗାର କରିବାର ଏଭଳି ଏକ ନିଆରା ପନ୍ଥା ବାହାର କରିଛନ୍ତି, ଯାହା ଜରିଆରେ ସେ ଏବେ ଲକ୍ଷଲକ୍ଷ ଟଙ୍କା ଲାଭ ପାଉଛନ୍ତି । ଏବେ ଏହି ଯୁବକ ଜଣକ ଡିଜିଟାଲ୍ ଭିକାରୀ ଭାବେ ପରିଚିତ । ଭିକ ମାଗିବା କଥା ଶୁଣିଲେ, ଆପଣମାନେ ନିଶ୍ଚୟ ନାକ ଟେକୁଥିବେ । କିନ୍ତୁ ଏ ଭିକାରୀ ଏମିତି ସେମିତି ନୁହନ୍ତି । ସେ କୌଣସି ମନ୍ଦିର, ମସ୍ଜିଦ୍ କି ଚର୍ଚ୍ଚ ସାମ୍ନାରେ ବସି ଭିକ ମାଗୁନାହାନ୍ତି । ବରଂ ସୋସିଆଲ ମିଡିଆ ଜରିଆରେ ଭିକ ମାଗି ଟଙ୍କା ରୋଜଗାର କରୁଛନ୍ତି । ହୁଏତ ଏ କଥା ଆପଣଙ୍କର ହଜମ ହେଉନଥିବ; କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ନ୍ୟୁୟର୍କର ୨୫ ବର୍ଷୀୟ ଜୋଭେନ୍ ହିଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍ ଜରିଆରେ ଭିକ ମାଗିବା ଆରମ୍ଭ କରିଛନ୍ତି । ପ୍ରକୃତରେ ଜୋଭେନ୍ ପେସାରେ ଜଣେ ରେଷ୍ଟୁୂରାଣ୍ଟ କର୍ମଚାରୀ । ମାସକୁ ୮୭ହଜାର ଟଙ୍କା ରୋଜଗାର କରନ୍ତି । କିନ୍ତୁ ଏ ଦରମାରେ ବିଳାସବ୍ୟସନପୂର୍ଣ୍ଣ ଜୀବନ ଅତିବାହିତ କରିବା ସମ୍ଭବ ନଥିଲା । ଏଣୁ ସେ ଟ୍ୱିଟର୍ରେ ଆକାଉଣ୍ଟ ଖୋଲି ୧ ଲକ୍ଷ ୧୦ହଜାର ଫଲୋୟର୍ସ ତିଆରି କଲେ । ସେମାନଙ୍କୁ ଚାକିରି ମୁହାଁ କରାଇବା ଦ୍ୱାରା ଫଲୋୟର୍ସ ଖୁସି ହୋଇ ପ୍ରତିମାସ ଜୋଭେନ୍ଙ୍କୁ ୫ଲକ୍ଷ ଟଙ୍କା ଦେଉଛନ୍ତି । ଏ ଟଙ୍କାରେ ଜୋଭେନ୍ ନିଜ ବିଳାସବ୍ୟସନ ଜୀବନ ଅତିବାହିତ କରୁଛନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...