Viral

ରାଗରେ ପଠାଇଲେ ୧.୫୯ଲକ୍ଷ ମେସେଜ୍, ଲେଖିଥିଲେ ମୁଁ ତୁମ ରକ୍ତରେ ଗାଧୋଇବାକୁ ଚାହେଁ

  •  
  • 3
  •  
  •  
  •  
  •  
  •  
    3
    Shares

ଆମେରିକା ଜଣେ ଝିଅ ବିବାହ ପାଇଁ ରେଜେକ୍ଟ ହେବା ପରେ ସ୍କିନ୍ କେୟର ପ୍ରୋଡକ୍ଟ କଂପାନୀର ସିଇଓଙ୍କୁ ୧.୫୯ ଲକ୍ଷ ମେସେଜ୍ ପଠାଇଛନ୍ତି । ୩୧ ବର୍ଷିଆ ଏହି ଯୁବତୀ ଜଣେ ଉକ୍ତ ଯୁବକଙ୍କୁ ମେସେଜ୍ ଜରିଆରେ ଧମକ ଦେଇଛନ୍ତି । ଏହି କାରଣରୁ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ପୁଲିସର କହିବା ଅନୁଯାୟୀ ଫ୍ଲୋରିଡାରେ ରହୁଥିବା ଏହି ଯୁବତୀ ଜଣଙ୍କର ନାମ ହେଲେ ଜ୍ୟାକଲିନ୍ ଏଡିସ୍ । ଏଡିସ୍ ଏହି ସିଇଓଙ୍କୁ ଡେଟିଂ ଆପ୍ ଜରିଆରେ ସାକ୍ଷାତ କରିଥିଲେ । ଏହାପରେ ଏହି ବ୍ୟକ୍ତିଜଣଙ୍କୁ ତାଙ୍କୁ ରିଜେକ୍ଟ କରିଦେଇଥିଲେ । ଏଥିରେ ଏହି ଯୁବତୀ ଜଣକ ରାଗି ଯାଇ ଏମିତି କାଣ୍ଡ ଭିଆଇଥିଲେ । ମେସେଜ୍ ପଠାଇବା ସହ ଉକ୍ତ ଯୁବକ କାମ କରୁଥିବା କଂପାନୀରେ ପହଞ୍ଚି ସିଇଓଙ୍କ ପତ୍ନୀ ବୋଲି ମଧ୍ୟ ଅନ୍ୟମାନଙ୍କୁ କହିଛନ୍ତି । ସେ ତାଙ୍କର ଧମକୀ ମେସେଜରେ ଲେଖିଛନ୍ତି ମୁଁ ତୁମର କିଡନୀ ସୁସୀ ଡିସ୍ ତିଆରି କରିବି । ସେହିପରି ମୁଁ ରକ୍ତରେ ଗାଧୋଇବାକୁ ଚାହୁଁଛି ବୋଲି ମଧ୍ୟ ମେସେଜରେ ଉଲ୍ଲେଖ କରିଛନ୍ତି ।

  •  
    3
    Shares
  •  
  • 3
  •  
  •  
  •  
  •  
Loading...

Join The Discussion

Loading...