Viral

ଯେଉଁଠି ଭଉଣୀ ସହ ହୁଏ ଭାଇର ବିବାହ

  •  
  • 4
  •  
  •  
  •  
  •  
  •  
    4
    Shares

ବିବାହକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ତେବେ ଏଭଳି ଏକ ପରମ୍ପରା ରହିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଛତିଶଗଡ଼ ବସ୍ତର ଜିଲାର କଙ୍ଗେରଘାଟି ନିକଟରେ ବସବାସ କରନ୍ତି ଧୁରବା ସମ୍ପ୍ରଦାୟର ଲୋକେ। ତେବେ ଏହି ସମ୍ପ୍ରଦାୟରେ ଭାଇ ଭଉଣୀଙ୍କୁ ବିବାହ କରିଥାଏ। ଅର୍ଥାତ୍‌ ସମ୍ପର୍କୀୟ ଭାଇ ସହିତ ଭଉଣୀର ବିବାହ ହୋଇଥାଏ। ସ୍ଥାନୀୟ ଲୋକଙ୍କ ମତରେ ଏଠାରେ ଅଗ୍ନିକୁ ସାକ୍ଷୀ ରଖାଯାଇ ବିବାହ କରାଯାଏ ନାହିଁ। ପାଣିକୁ ସାକ୍ଷୀ ରଖାଯାଏ। ଲୋକଙ୍କର ବିଶ୍ୱାସ ରହିଛି ପାଣିକୁ ସାକ୍ଷୀ ରଖି ବିବାହ କରାଗଲେ ଜୀବନରେ କେବେ କଷ୍ଟ ଆସି ନ ଥାଏ। ଯଦିବି କେବେ କଷ୍ଟ ଆସିଥାଏ ତେବେ ଏହା ପାଣି ପରି ଉଭେଇ ଯାଇଥାଏ। ଏହି ଭାଇ ଭଉଣୀ ବିବାହରେ ଯଦି କେହି ରାଜି ହୋଇ ନ ଥାଆନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିଥାଏ। ଏଠାରେ ଝିଅ ୧୮ ବର୍ଷ ଓ ପୁଅ ୨୧ ବର୍ଷ ହେବା ପରେ ବିବାହ କରାଯାଇଥାଏ। ତେବେ ଏଠାକାର ପରମ୍ପରାକୁ ନେଇ ଅନେକ ଲୋକ ବିରୋଧ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କିଛି କିଛି ଘରେ ଏହା ପାଳନ କରାଯାଉଥିବା ବେଳେ କେତେକ ଏହାକୁ ଆଉ ପାଳନ କରୁ ନାହାନ୍ତି।

  •  
    4
    Shares
  •  
  • 4
  •  
  •  
  •  
  •  
Loading...

Join The Discussion

Loading...