କ୍ରିସ୍ ମୋନରୋ ନାମକ ଜଣେ ଯୁବକ ଏବେ ଇଣ୍ଟରନେଟର କିସିଂ ବୟ ଭାବେ ବେଶ୍ ପରିଚିତ। ସେ ଚୁମ୍ବନ ଦେଇ ଏବେ କୋଟି କୋଟି ଟଙ୍କା ରୋଜଗାର କରୁଥିବା କୁହନ୍ତି। ଏମିତିକି ବଲିଉଡ୍ ଷ୍ଟାର ତଥା ସିରିୟଲ କିସର୍ ଇମ୍ରାନ ହାସମିଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି କିସିଂ ବୟ କ୍ରିସ୍। ଏପର୍ଯ୍ୟନ୍ତ ସେ ଅଗଣିତ ଝିଅଙ୍କୁ କିସ୍ କରିଥିବା କୁହନ୍ତି। କଥା ହେଉଛି କ୍ରିସ୍ ହେଉଛନ୍ତି ଜଣେ ‘ପ୍ରାଙ୍କଷ୍ଟାର’। ଏହି ‘ପ୍ରାଙ୍କଷ୍ଟାର’ଙ୍କର କାମ ହେଉଛି କିଛି କୌତୂକିଆ ଭିଡିଓ କରି ୟୁଟ୍ୟୁବରେ ଅପଲୋଡ୍ କରିବା। ଆଉ ଏହାକୁ ଇଣ୍ଟରନେଟରେ ଯେତେ ୟୁଜର ଦେଖିବେ ତାଙ୍କୁ ସେହିଭଳି ଅର୍ଥ ମିଳିବ। ତେଣୁ କ୍ରିସ୍ ଏମିତି ଚୁମ୍ବନ ଦେଇ ବହୁ ପ୍ରାଙ୍କ ଭିଡିଡ ୟୁଟ୍ୟୁବରେ ଅପଲୋଡ କରି ଭଲ ରୋଜଗାର କରୁଥିବା କୁହନ୍ତି। ଅର୍ଥାତ୍ ଲୋକଙ୍କୁ କିଛି ଓଲଟା ସିଧା କାରନାମା ଦେଖାଇ ସେ ଏବେ କୋଟି କୋଟି ଟଙ୍କା ଆୟ କରୁଛନ୍ତି।
Loading...