Uncategorized

ଶକୁନ୍ତଳା ଦେବୀ ହେବେ ବିଦ୍ୟା

ରାଷ୍ଟ୍ରୀୟ ପୁରସ୍କାର ବିଜେତା ବିଦ୍ୟା ବାଲନ୍ ଖୁବ୍ଶୀଘ୍ର ଫିଲ୍ମନିର୍ମାତା ଅନୁ ମେନନଙ୍କ ଦ୍ୱାରା ତିଆରି ହେବାକୁ ଯାଉଥିବା ‘ହ୍ୟୁମାନ୍ କମ୍ପ୍ୟୁଟର’ ନାମରେ ବିଖ୍ୟାତ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ବାୟୋପିକ୍ରେ ଅଭିନୟ କରିବେ । ସାତ ବର୍ଷ ପୂର୍ବେ ବିଦ୍ୟା ବାଲନ୍ ମିଲନ୍ ଲୁଥରିଆଙ୍କ ଫିଲ୍ମ ‘ଦି ଡାର୍ଟି ପିକ୍ଚର୍’ରେ ଦକ୍ଷିଣ ଭାରତର ପ୍ରଖ୍ୟାତ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ଚରିତ୍ର ନିର୍ବାହ କରି ପ୍ରଥମ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲେ । ଏବେ ସେ ତେଲୁଗୁ ଅଭିନେତା ତଥା ରାଜନେତା ଏନ୍ ଟି ଆର୍ଙ୍କ ସହ ଏକ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । କୁହାଯାଉଛି ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ବିଦ୍ୟା ନିଜ ପକ୍ଷରୁ ଗଭୀର ଆଗ୍ରହ ପ୍ରକାଶ କରିଛନ୍ତି । ଫିଲ୍ମଟିକୁ ଅନୁ ମେନନ୍ ନିର୍ଦ୍ଦେଶନା ଦେଉଥିବା ବେଳେ ରୋନି ସ୍କ୍ରିଉବାଲା ପ୍ରଯୋଜନା କରୁଛନ୍ତି । ଶୁଣିବାକୁ ମିଳୁଛି, ବିଦ୍ୟାଙ୍କୁ ଫିଲ୍ମର କାହାଣୀ ବେଶ୍ ପ୍ରେରଣାଦାୟକ ମନେହୋଇଛି । ଅନୁ ମେନନ୍ ଫିଲ୍ମର କାହାଣୀକୁ ନେଇ ଅନେକ ଗବେଷଣା କରିବା ପରେ ଯାଇ ପଟ୍ଟ କଥାକୁ ଅନ୍ତିମ ଚରଣରେ ପହଞ୍ଚାଇଛନ୍ତି । ଖୁବ୍ଶୀଘ୍ର ଫିଲ୍ମର ଶୁଟିଂ କାମ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାପଡ଼ିଛି । ଶକୁନ୍ତଳାଙ୍କ ସଂଖ୍ୟା ଗଣନାର ନିଆରା ତଥା ଅଦ୍ଭୁତ ଶୈଳୀ ପାଇଁ ଗିନିଜ୍ ବୁକ୍ ରେକର୍ଡରେ ସ୍ଥାନ ପାଇଥିଲେ । ଏହି ଦକ୍ଷତା ପାଇଁ ତାଙ୍କୁ ହ୍ୟୁମାନ୍ କମ୍ପ୍ୟୁଟର୍ ନାମରେ ନାମିତ କରାଯାଇଥିଲା ।

Loading...

Join The Discussion

Loading...