Home Uncategorized ମା’ହେବେ ପ୍ରିୟା

ମା’ହେବେ ପ୍ରିୟା

ମା’ ହେବାକୁ ଯାଉଛନ୍ତି ଓଲିଉଡର ଚୁଲବୁଲି ନାୟିକା ପ୍ରିୟା ଚୌଧୁରୀ। ରିଲ୍‌ ନୁହେଁ ରିୟଲ୍‌ ଲାଇଫ୍‌ରେ ଖୁବଶିଘ୍ର ମା’ ହେବେ ପ୍ରିୟା। ଏହି ଖୁସି ଖବର ନିଜ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ସେୟାର୍‌ କରିଛନ୍ତି ପ୍ରିୟା। ପ୍ରିୟା ନିଜର ଏକ ଫଟୋ ଛାଡ଼ି କ୍ୟାପସନ୍‌ରେ ଲେଖିଛନ୍ତି ‘ଧୈର୍ଯ୍ୟର ସହ ମୁଁ ତୋ ଆଗମନକୁ ଅପେକ୍ଷା କରିଛି’। ଅନେକ ଚଳଚ୍ଚିତ୍ରରେ ସଫଳ ଅଭିନୟ କରିଥିବା ପ୍ରିୟାଙ୍କ ବିହାହ ୨୦୧୩ ମସିହାରେ ହୋଇଥିଲା। ପ୍ରିୟାଙ୍କ ସ୍ଵାମୀ ହାଇଦ୍ରାବାଦରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ବିବାହ ପରେ ପ୍ରିୟା ଫିଲ୍ମ ଜଗତରୁ ନିଜକୁ ଦୂରେଇ ରଖିଛନ୍ତି। ପ୍ରିୟାଙ୍କ ପ୍ରଥମ ଫିଲ୍ମ ଥିଲା ‘ଡ୍ରିମ୍‌ ଗାର୍ଲ’। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ସବ୍ୟସାଚୀ। ଫିଲ୍ମ ଦର୍ଶକଙ୍କ ଦ୍ଵାରା ବେଶ୍ ଆଦୃତ ଲାଭ କରିଥିଲା।
ପ୍ରିୟା ‘ରୁମକୁ ଝୁମାନା’, ‘ପାରିବେନି କେହି ଅଲଗା କରି’, ‘ଚାନ୍ଦିନୀ ଆଇ ମିସ୍‌ ୟୁ’, ‘ଗୁଡ୍ ବୟ୍’ ଏବଂ ‘ମିତ ବସିଛି ମୁଁ ଭୂତ ସାଥିରେ’ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରିଥିଲେ। ନିକଟରେ ପ୍ରିୟାଙ୍କୁ ବିଭିନ୍ନ ଟେଲିଭିଜନ୍‌ ସୋ’ରେ ଜଜ୍ ଭୂମିକାରେ ଦେଖିବାକୁ ମିଳିଥିଲା।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...