Uncategorized

ଭଉଣୀ ବାହାଘରରେ ପରିଣୀତି ମାଲେମାଲ୍

ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ୍ ଜୋନ୍ସଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏମିତିରେ ପିସିଙ୍କ ଭଉଣୀ ଅର୍ଥାତ୍ ପରିଣୀତିଙ୍କ ପାଦ ତଳେ ଲାଗୁନି । କାରଣ ଭଉଣୀ ବାହାଘରରେ ସେ ଭିଣୋଇଙ୍କ ଜୋତା ଲୁଚାଇବା ପରମ୍ପରାକୁ ବେଶ୍ ଚାଲାକ୍ ଢଙ୍ଗରେ ପାଳିବାକୁ ମନସ୍ଥ କରିଛନ୍ତି । ପରି କହିଛନ୍ତି, ନିକ୍ଙ୍କଠାରୁ ଜୋତା ଲୁଚାଇବା ବାବଦକୁ ୫ ମିଲିୟନ୍ ଡଲାର୍ ଅର୍ଥାତ୍ ୩୭ କୋଟି ଟଙ୍କା ଝଡ଼ାଇବେ । ନିକ୍ ଭାରତୀୟଙ୍କ ବିବାହ ପରମ୍ପରା ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିବାରୁ ପରି ଆପଣାଇଛନ୍ତି ଏହି କୌଶଳ । ତାଙ୍କ କଥାଶୁଣି ସମସ୍ତେ କହିଲେଣି ଭଉଣୀ ବାହାଘରରେ ପରିଣୀତି ମାଲାମାଲ୍ । ଏପଟେ ନିକ୍ ପରିଙ୍କୁ କମ୍ ଟଙ୍କା ନେବାକୁ ଯେତେ ମନାଇଲେ ବି ସେ ମାନିବାକୁ ଅମଙ୍ଗ । ୫ ମିଲିୟନ୍ରୁ ଟଙ୍କାଟେ ବି କମ୍ ନେବେନି ବୋଲି ଜିଦ୍ ଧରି ବସିଛନ୍ତି ପରି । ସୂଚନା ଅନୁସାରେ, ଆସନ୍ତା ଡିସେମ୍ବର ୨ରେ ପିସି ଓ ନିକ୍ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରାଜସ୍ଥାନର ଯୋଧପୁରରେ ଉଭୟଙ୍କ ବିବାହ ସମ୍ପନ୍ନ ହେବ । ବିବାହର ତିନିଦିନ ପୂର୍ବରୁ ମେହେନ୍ଦୀ, ସଂଗୀତ ଏବଂ ହଳଦୀ ରସମ୍ ଆରମ୍ଭ ହୋଇଯିବ ।

Loading...

Join The Discussion

Loading...