Home Uncategorized ମହେଶ ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟ ଆଟାଚ୍ ହେଲେ

ମହେଶ ବାବୁଙ୍କ ବ୍ୟାଙ୍କ ଆକାଉଣ୍ଟ ଆଟାଚ୍ ହେଲେ

ହାଇଦ୍ରାବାଦ:ତେଲୁଗୁ ସିନେମା ଜଗତର ସୁପରଷ୍ଟାର ମହେଶ ବାବୁ ଏବେ ହରଡଘଣାରେ ପଡିଛନ୍ତି। ହାଇଦ୍ରାବାଦ୍‌ ଜି ଏସ୍‌ ଟି କମିଶନରେଟ୍‌ ମହେଶ ବାବୁଙ୍କ ନାଆଁରେ ଥିବା ଦୁଇଟି ବ୍ୟାଙ୍କ୍‌ ଖାତାକୁ ଆଟାଚ୍‌ କରି ଦେଇଛନ୍ତି। କୁହାଯାଉଛି ଯେ ୨୦୦୭-୦୮ ଆର୍ଥିକ ବର୍ଷରେ ମହେଶ ବାବୁ ସେବା କର ଦେଇ ନାହାଁନ୍ତି। ଏହି କାରଣରୁ ତାଙ୍କ ବିରୁଦ୍ଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ହାଇଦ୍ରାବାଦ୍‌ କମିଶନରେଟ୍‌ ପକ୍ଷରୁ ସୂଚନା ଦିଆଯାଇଛି ଯେ ମହେଶ ବାବୁଙ୍କ ଉପରେ ମୋଟ୍‌ ୧୮ ଲକ୍ଷ ୫୦ ହଜାର ଟଙ୍କାର କର ବକେୟା ଥିଲା। ସେ ବ୍ରାଣ୍ଡ ଆମ୍ବାସାଡର୍‌, ଉତ୍ପାଦର ପ୍ରମୋସନ୍‌ ଓ ବିଜ୍ଞାପନ ଆଦି ବାବଦରେ କୌଣସି କର ଦେଇ ନଥିଲେ। ଏହି କାରଣ ତାଙ୍କ ଉପରେ ଥିବା ବକେୟା ଟିକସ ଓ ତା’ର ସୁଧ ଓ ଆର୍ଥିକ ଦଣ୍ଡ ଆଦିକୁ ମିଶାଇ ମୋଟ୍‌ ୭୩ ଲକ୍ଷ୫୦ ହଜାର ଟଙ୍କା ଆଦାୟ କରାଯିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଏଥିପାଇଁ ମହେଶ ବାବୁଙ୍କର ଆକ୍‌ସିସ୍‌ ବ୍ୟାଙ୍କ୍‌ ଓ ଆଇ ସି ଆଇ ସି ଆଇ ବ୍ୟାଙ୍କ୍‌ ଖାତାରୁ ଏହି ଟଙ୍କା ନିଆଯାଇଥିବା ଜଣାଯାଇଛି।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...