Home Uncategorized କେହି ଯଦି କହେ ‘ମୁଁ ତୁମକୁ ଭଲପାଏ’… ରାଶି ଅନୁସାରେ ଜାଣନ୍ତୁ ତାର ଅର୍ଥ କ’ଣ

କେହି ଯଦି କହେ ‘ମୁଁ ତୁମକୁ ଭଲପାଏ’… ରାଶି ଅନୁସାରେ ଜାଣନ୍ତୁ ତାର ଅର୍ଥ କ’ଣ

ପ୍ରେମ ଜୀବନର ଆବଶ୍ୟକତା ଓ ବାସ୍ତବତା ମଧ୍ୟ । ପ୍ରେମର ବିଭିନ୍ନ ପର୍ଯ୍ୟାୟ ଥାଏ । କାହା ପ୍ରତି ନିଜର ଭାବନାକୁ ପ୍ରକାଶ କରିବା ହେଉଛି ପ୍ରଥମ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ଜଣେ ଜଣଙ୍କୁ ‘ମୁଁ ତୁମକୁ ଭଲପାଏ’ ବୋଲି କହିଥାଏ ବା ସେଭଳି କୌଣସି ଇସାରା କରିଥାଏ । ତେବେ ପ୍ରେମ କଥା ଆସିଲେ ସମସ୍ତଙ୍କ ଭାବନା ସମାନ ହୋଇନଥାଏ । କିଏ ନିଜ ପ୍ରେମ ଜୀବନକୁ ନେଇ ସମଗ୍ର ଜୀବନ କଥା ଭାବିଥାଏ ତ କିଏ ବେପରୁଆ ଭାବେ କେବଳ ସମୟ ଅତିବାହିତ ପାଇଁ ଚିନ୍ତା କରିଥାଏ । କାହା ମନରେ ପ୍ରେମକୁ ନେଇ ଭୟ ଥାଏ ତ କେହି କେହି ଅଧିକ ଉତ୍ସାହିତ ଓ ରୋମାଣ୍ଟିକ୍ ହୋଇଥାନ୍ତି । କେହି ନିଜ ସାଥୀ ପ୍ରତି ବିସ୍ବସ୍ତ ଥାଆନ୍ତି ତ ପୁଣି କେହି ଅଧିକ ଯତ୍ନଶୀଳ । ତେବେ ଏମିତି କାହିଁକି ହୁଏ ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏଭଳି ଭିନ୍ନ ଭିନ୍ନ ବ୍ୟବହାର ବ୍ୟକ୍ତିର ରାଶି ନକ୍ଷତ୍ର ଉପରେ ନିର୍ଭର କରିଥାଏ । ରାଶି ଅନୁସାରେ ପ୍ରେମ ପ୍ରତି ଆଭିମୁଖ୍ୟ ମଧ୍ୟ ବଦଳିଥାଏ । ଆସନ୍ତୁ ନଜର ପକାଇବା ପ୍ରେମ ଜୀବନ ସଂପର୍କରେ କେଉଁ ରାଶିର ବ୍ୟକ୍ତିଙ୍କର କ’ଣ ବ୍ୟବହାରିକ ଆଚାର ବ୍ୟବହାର ହୋଇଥାଏ ।

ମେଷ : ଏହି ରାଶିର ବ୍ୟକ୍ତିଙ୍କର ଧର୍ଯ୍ୟ ବହୁତ କମ୍ ଥାଏ । ଏମାନେ ଅତ୍ୟନ୍ତ ସରଳ ଏବଂ ବିଶ୍ବସ୍ତ । ଏମାନେ ଯାହା ବି କୁହନ୍ତି ତାର କିଛି ଅର୍ଥ ଥାଏ । ବାସ୍ତବରେ ଏମାନେ ନାଟକୀୟ ଢଙ୍ଗରେ ଏହି ତିନି ଶବ୍ଦ କହିବା ପାଇଁ ପସନ୍ଦ କରିଥାନ୍ତି । କ୍ୟାଣ୍ଡେଲ ଲାଇଟ୍ ଡିନର, ଲାଇଭ୍ ସଙ୍ଗୀତ, ଫୁଲତୋଡା ଆଦି ଦେଇ ଏହି ତିନି ଶବ୍ଦ କହିଥାନ୍ତି । ଏମାନେ ସେ ସସସ୍ତ କାର୍ଯ୍ୟ କରିଥାନ୍ତି ଯାହା ତାଙ୍କ ପ୍ରେମୀକୁ ପସନ୍ଦ ହୋଇଥାଏ । ଯେତେବେଳେ ଏମାନେ ହୃଦୟଙ୍ଗମ କରନ୍ତି ଯେ, ତାଙ୍କ ପ୍ରେମୀ ପାଇଁ ସେ କ୍ଷତିରେ ପଡୁଛନ୍ତି ସେତେବେଳେ ପଛକୁ ହଟିଯାଆନ୍ତି ।
ବୃଷ : ଏହି ରାଶିର ବ୍ୟକ୍ତି କାହା ସହ ସହଜରେ ମିଶିବା ଏବଂ ଭାବପ୍ରବଣ ହେବା ପାଇଁ ଅଧିକ ସମୟ ନେଇଥାଆନ୍ତି । ଏମାନେ ଭଲଭାବେ ଭାବିଚିନ୍ତି ନିଜର ଭାବନାକୁ ପ୍ରକାଶ କରିଥାନ୍ତି । ଏମାନେ ହୃଦୟରୁ ହିଁ ଏହି ତିନି ଶବ୍ଦ କହିଥାନ୍ତି ।
ମିଥୁନ : ଏହି ରାଶିର ବ୍ୟକ୍ତି ବିଭ୍ରାନ୍ତ ହୋଇଯାଆନ୍ତି ଯେତେବେଳେ ଅନ୍ୟର କିମ୍ବା ନିଜର ଭାବନାକୁ ବୁଝିବାକୁ ପଡିଥାଏ । ଏମାନେ ଏହି ତିନି ଶବ୍ଦ କହିଥାନ୍ତି ସତ ମାତ୍ର ପ୍ରଥମ ଦିନରୁ ଭାବନା ସଂପର୍କରେ ନିଶ୍ଚିତ ହୋଇନଥାନ୍ତି ।

କର୍କଟ : ଏହି ରାଶିର ବ୍ୟକ୍ତି ଭାବପ୍ରବଣ ହୋଇଥାନ୍ତି । ଏମାନେ ପ୍ରକୃତ ଭଲପାଇବା, ବିବାହ ଏବଂ ପରିବାରରେ ବିଶ୍ବାସ ରଖିଥାନ୍ତି । ଯଦି ଏମାନେ କାହାକୁ ପ୍ରସ୍ତାବ ଦିଅନ୍ତି ତେବେ ବହୁତ ଆଗକୁ ଭାବିଥାନ୍ତି । ସେ ତାଙ୍କୁ ନିଜର ଜୀବନସାଥି ଭାବେ ଦେଖିଥାନ୍ତି ।
ସିଂହ : ଏହି ରାଶିର ବ୍ୟକ୍ତି ପ୍ରେରଣାଦାୟୀ । କିନ୍ତୁ ଅତି ସହଜରେ କାହା ପ୍ରତି ଆକର୍ଷିତ ହୋଇନଥାନ୍ତି । ଯଦି ଏମାନେ କାହା ପ୍ରତି ନିଜର ଭାବନା ପ୍ରକାଶ କରନ୍ତି ତେବେ ତାଙ୍କର ପ୍ରବିବଦ୍ଧତା ଏବଂ ଅନୁଗତ୍ୟର ସୀମା ରହିନଥାଏ ।
କନ୍ୟା : ଏହି ରାଶିର ବ୍ୟକ୍ତି ସାଧାରଣରେ ତାଙ୍କ ସାଥୀ ପାଖରୁ କ’ଣ ଆଶା ରଖିଥାନ୍ତି ତାହା ସ୍ପଷ୍ଟ ଥାଏ । ବାସ୍ତବରେ ତାଙ୍କ ପାଖରେ ସେହି ସମସ୍ତ ଗୁଣର ଚେକ୍ଲିଷ୍ଟ ପ୍ରସ୍ତୁତ ହୋଇଥାଏ ଯାହା ଏମାନେ ତାଙ୍କ ସାଥୀ ନିକଟରେ ଦେଖିବାକୁ ଚାହିଁଥାନ୍ତି । ଏମାନେ ଯେତେବେଳେ କାହାକୁ ପ୍ରପୋଜ୍ କରନ୍ତି ସେସବୁ ଗୁଣ ତାଙ୍କଠାରେ ଦେଖିବାକୁ ଚାହିଁଥାନ୍ତି । ଯଦି କନ୍ୟା ରାଶିର ବ୍ୟକ୍ତି ଆପଣଙ୍କୁ ପ୍ରପୋଜ୍ କରନ୍ତି ତେବେ ସେ ଆପଣଙ୍କୁ ଜଣେ ଭଲ ପାର୍ଟନର ଭାବେ ଦେଖିଛନ୍ତି ଏବଂ ଆପଣଙ୍କ ପାଇଁ ଭଲ ଚିନ୍ତାଧାରା ରଖିଛନ୍ତି ।

ତୁଳା : ଏହି ରାଶିର ବ୍ୟକ୍ତିବିଶେଷ ଅନିଶ୍ଚିତ ହୋଇଥାନ୍ତି ଏବଂ ଏମାନେ ସବୁବେଳେ ନିଜ ଦୁନିଆରେ ରହିବାକୁ ଚାହିଁଥାନ୍ତି । ଏମାନେ ନିଜ ଭାବନାକୁ କାହା ଆଗରେ ପ୍ରକାଶ କରିବା ପାଇଁ ଅଧିକ ସମୟ ନେଇଥାନ୍ତି । ମାତ୍ର ଏମାନେ କାହା ନିକଟରେ ଥରେ ନିଜର ଭାବନା ପ୍ରକାଶ କରିବା ପରେ ସାବଧାନୀ ଏବଂ ସ୍ନେହୀ ସାଥୀଟିଏ ହୋଇଥାନ୍ତି ।
ବିଛା : ଏହି ରାଶି ବ୍ୟକ୍ତି ସହଜରେ କାହାରିକୁ ବିଶ୍ବାସ କରିନଥାନ୍ତି । ଏମାନେ କାହା ନିକଟରେ ଏତେଟା ଖୋଲାମେଲା ହୋଇପାରିନଥାନ୍ତି । ଯଦି ଏମାନେ କାହାକୁ ପ୍ରସ୍ତାବ ଦିଅନ୍ତି ତେବେ ସେ ତାଙ୍କ ଭଲ ଏବଂ ଖରାପ ସମୟରେ ତାଙ୍କ ପାଖରେ ରୁହନ୍ତି ।


ଧନୁ : ଏହି ରାଶିର ବ୍ୟକ୍ତି ଆଧିପତ୍ୟ ସ୍ବଭାବକୁ ଘୃଣା କରିଥାନ୍ତି । ଏମାନେ ସ୍ବଭାବରେ ଅଧୀର । କେବେ କେବେ ଏମାନେ ସାବଧାନତାର ସହ ବିଚାର ନକରି ନିର୍ଣ୍ଣୟ ନେଇଥାନ୍ତି । ଯାହାକୁ ଏହି ତିନି ଶବ୍ଦ କହିଥାନ୍ତି ତାଙ୍କ ପ୍ରତି ସାରା ଜୀବନ ପ୍ରତିବଦ୍ଧ ହୋଇଥାନ୍ତି। ଯଦି କେବେ ତାଙ୍କ ସ୍ବାଧୀନତାରେ ଆଞ୍ଚ୍ ଆସେ ତେବେ ସେ ସହଜରେ ପଛକୁ ହଟିଯାଇପାରିବେ ।

ମକର : ଏହି ରାଶିର ବ୍ୟକ୍ତି ନିଜର କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । କେବେ କେବେ ନିଜର ପ୍ରେମ ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି । ଯାହାକୁ ଏମାନେ ଏହି ତିନି ଶବ୍ଦ କହିଥାନ୍ତି ସେ ତାଙ୍କ ଜୀବନର ସବୁଠୁ ପ୍ରଥମ ପ୍ରାଥମିକତା ହୋଇଥାନ୍ତି । ଏମାନେ ଡେଟିଂକୁ ପସନ୍ଦ କରିନଥାନ୍ତି । ଏମାନେ ସିରିୟସ୍ ରିଲେସନସିପ୍ ରେ ରହିବାକୁ ପସନ୍ଦ କରିଥାନ୍ତି ।
କୁମ୍ଭ : ଏହି ରାଶିର ବ୍ୟକ୍ତିବିଶେଷ ସ୍ବଭାବରେ ଅପ୍ରତ୍ୟାଶିତ ହୋଇଥାନ୍ତି । ଏମାନେ ପ୍ରତିବଦ୍ଧତା-ଭୟଭୀତ ହୋଇଥାନ୍ତି । ଯଦି ତାଙ୍କ ସାଥୀ ଭବିଷ୍ୟତ କଥା ଚିନ୍ତା କରନ୍ତି ତେବେ ସେଠାରୁ ସେ ପଛକୁ ହଟିଯାଇପାରନ୍ତି । ଏମାନେ ଯେତେବେଳେ ନିଜ ଭାବନା ଉପରେ ନିଶ୍ଚିତ ହୋଇଥାନ୍ତି ତେବେ କିଛି ସରପ୍ରାଇଜ୍ ପ୍ଲାନ୍ କରିଥାନ୍ତି ଭାବନା ପ୍ରକାଶ କରିବାପାଇଁ ।
ମୀନ : ଏହି ରାଶିର ବ୍ୟକ୍ତିବିଶେଷ ସୁପର ରୋମାଣ୍ଟିକ ହୋଇଥାନ୍ତି । ଏମାନେ ସାଧାରଣତଃ ସହାନୁଭୂତିପୂର୍ଣ୍ଣ ଓ ସମର୍ପିତ ହୋଇଥାନ୍ତି । ଏମାନେ ସହଜରେ କାହାକୁ କ୍ଷମା କରିଦେଇପାରନ୍ତି । ଯଦି ଏମାନେ ନିଜର ଭାବନା ପ୍ରକାଶ କରନ୍ତି ତେବେ ସେ ତାଙ୍କ ସହ ଏକ ସୁନ୍ଦର ଜୀବନର କଳ୍ପନା କରିଥାନ୍ତି। ଏମାନେ ସଂପର୍କ ଯୋଡିବା ପାଇଁ ଅତ୍ୟଧିକ ମିଶିଯାଇଥାନ୍ତି ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...