Home Uncategorized ସେଓ ଶରୀର ପାଇଁ କେତେ ଉପକାରୀ

ସେଓ ଶରୀର ପାଇଁ କେତେ ଉପକାରୀ

 

ସେଓ ଶରୀର ପାଇଁ କେତେ ଉପକାରୀ, ଏହା ଆମ ସମସ୍ତଙ୍କୁ ଜଣା। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌-ସି, ପୋଟାସିୟମ୍‌, ଫାଇବର୍‌, କାର୍ବୋହାଇଡ୍ରେଡ୍‌ ଭରପୂର ପରିମାଣରେ ରହିଥାଏ। ଗୋଟିଏ ସେଓରେ ୯୫ ପ୍ରତିଶତ କ୍ୟାଲୋରି ରହିଥାଏ।

ତେବେ ଗୋଟିଏ ପ୍ରଶ୍ନ ଉଠୁଛି, ଆପଣ ସେଓ ଚୋପା ସହିତ ଖାଇଥା’ନ୍ତି ନା ଚୋପା ଛଡ଼ାଇ ଖାଇଥା’ନ୍ତି? ଆପଣ ଦେଖିଥିବେ, କିଛି ଲୋକ ପେଷ୍ଟିସାଇଡସ୍‌ ଭୟରେ ସେଓରୁ ଚୋପା ଛଡ଼ାଇ ଖାଇଥା’ନ୍ତି।

କିନ୍ତୁ ବଡ଼ କଥା ହେଉଛି, ସେଓ ଆପଣଙ୍କ ଶରୀର ପାଇଁ କେତେ ଜରୁରୀ, ଏହା ନିର୍ଭର କରିଥାଏ, ଆପଣ ଏହାକୁ କିପରି ଖାଉଛନ୍ତି। ଆପଣଙ୍କର ଖାଇବାର ଶୈଳୀ ହିଁ କହିବ, ଏହା ଆପଣଙ୍କ ଶରୀର ଉପରେ କିପରି ପ୍ରଭାବ ପକାଇଥାଏ। ଆସନ୍ତୁ, ଜାଣିବା ସେଗୁଡ଼ିକ କ’ଣ କ’ଣ?

୧.ଗୋଟିଏ ସେଓର ଚୋପାରେ ପାଖାପାଖି ୪.୪ ଗ୍ରାମ୍‌ ଫାଇବର୍‌ ରହିଥାଏ।
ଏହି ଚୋପାରେ ଥିବା ସୋଲ୍ୟୁବୁଲ୍‌ ଏବଂ ଇନ୍‌ସୋଲ୍ୟୁବୁଲ୍‌ ଦୁଇ ପ୍ରକାର ଫାଇବର୍‌ ମଧ୍ୟରୁ ୭୭ ପ୍ରତିଶତ ଇନ୍‌ସୋଲ୍ୟୁବୁଲ୍‌ ଫାଇବର୍‌ ରହିଛି।
୨.ଏଥିରେ ଥିବା ଫାଇବର୍‌ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।
୩.ଏହା ବ୍ୟତୀତ ସୋଲ୍ୟୁବୁଲ୍‌ ଫାଇବର୍‌ ବ୍ଲଡ୍‌ ସୁଗାର୍‌ ଏବଂ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରିଥାଏ।
୪.ସେଓରେ ଥିବା ଭିଟାମିନ୍‌-ସିର ଅଧା ଅଂଶ ଏହାର ଚୋପାରେ ହିଁ  ରହିଥାଏ। ଏଥିପାଇଁ ସେଓ ସବୁବେଳେ ଚୋପା ସହିତ ଖା’ନ୍ତୁ।
୫.୨୦୦୭ରେ ‘କର୍ଣ୍ଣେଲ୍‌ ବିଶ୍ୱବିଦ୍ୟାଳୟ’ର ହୋଇଥିବା ଏକ ସର୍ଭେ ଅନୁସାରେ ସେଓର ଚୋପାରେ ‘ଟ୍ରିଟର୍‌ପେନୋଏଡସ୍‌’( triterpenoids) କମ୍ପାଉଣ୍ଡ୍‌ ମିଳିଥାଏ। ଏହି କମ୍ପାଉଣ୍ଡ୍‌ କ୍ୟାନ୍‌ସର୍‌ ସୃଷ୍ଟି କରୁଥିବା କୋଷକୁ ନଷ୍ଟ କରି ଦେଇଥାଏ।

୬. ଯେଉଁମାନେ ନିଜର ଓଜନ କମ୍‌ କରିବା ପାଇଁ ଚାହୁଁଛନ୍ତି, ସେମାନେ ସେଓକୁ ଚେପା ସହିତ ଖା’ନ୍ତୁ। ସେଓର ଚୋପାରେ ଅର୍ସୋଲିକ୍‌ ଏସିଡ୍‌ ରହିଥାଏ। ଯାହା ମାଂସପେଶୀରେ ଥିବା ଫ୍ୟାଟ୍‌କୁ କମ୍‌ କରିଥାଏ।
୭. ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟର ସର୍ଭେ ଅନୁସାରେ ସେଓର ଚୋପାରେ ପୋଟାସିୟମ୍‌, କ୍ୟାଲ୍‌ସିୟମ୍‌,ଫୋଲେଟ୍‌, ଆଇରନ୍‌ ଏବଂ ଫସ୍‌ଫରସ୍‌ ରହିଛି। ଏହି ସମସ୍ତ ମିନେରାଲ୍ସ୍‌ ହାଡ଼କୁ ମଜବୁତ୍‌ କରିବାରେ ସାହାଯ୍ୟ କରିଥାଏ।

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...