Home Uncategorized ଶୀତ ଦିନେ ଥଣ୍ଡା ଓ କାଶରୁ ଏମିତି ପା’ନ୍ତୁ ମୁକ୍ତି

ଶୀତ ଦିନେ ଥଣ୍ଡା ଓ କାଶରୁ ଏମିତି ପା’ନ୍ତୁ ମୁକ୍ତି

ଶୀତ ଦିନ ଆସିଲେ ହଠାତ୍‌ ଜଳବାୟୁରେ ପରିବର୍ତ୍ତନ ହେଉଥିବାରୁ ପ୍ରାୟ ଅଧିକାଂଶଙ୍କୁ ଥଣ୍ଡା ଓ ଜ୍ୱର ହୋଇଥାଏ। ଥଣ୍ଡା ହେଲେ, କାଶ ହେବା ଏକ ସାଧାରଣ କଥା। ଆଜିକାଲି ଆମେ ଡାକ୍ତରୀ ଔଷଧ ଉପରେ ଏତେ ନିର୍ଭରଶୀଳ ହୋଇଗଲୁଣି ଯେ ଟିକେ ଥଣ୍ଡା ଓ କାଶ ହେବା ମାତ୍ରେ ଡାକ୍ତରଙ୍କ ପାଖକୁ ଧାଉଁଛୁ। ତେବେ ଡାକ୍ତରୀ ଔଷଧର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ଯାହା ଆମ ଶରୀରର ପାଇଁ କ୍ଷତିକାରକ କରିଥାଏ। ତେଣୁ, ଆଜି ଆମେ ଆପଣଙ୍କୁ କାଶ ଓ ଥଣ୍ଡା ହେଲେ ଏହାର ଘରୋଇ ଉପଚାର ସମ୍ପର୍କରେ ବତାଇବୁ।

୧. ତୁଳସୀ ପତ୍ର ଓ ଅଦା: ତୁଳସୀ ଓ ଅଦା ଥଣ୍ଡା ଓ କାଶ ପାଇଁ ଅବ୍ୟର୍ଥ । ଏକ ଗ୍ଲାସ୍ ପାଣିରେ ୫ରୁ ୬ଟି ତୁଳସୀ ପତ୍ର ଓ ଏକ ଛୋଟ ଖଣ୍ଡ ଅଦା ପକାଇ କିଛି ସମୟ ପାଇଁ ଏହାକୁ ଗରମ କରନ୍ତୁ। ଏହାପରେ ଏହାକୁ ଉଷୁମ ଉଷୁମ ପିଅନ୍ତୁ।

୨. ହଳଦୀଯୁକ୍ତ କ୍ଷୀର: ହଳଦୀରେ ଅନେକ ଆଣ୍ଟିବାୟୋଟିକ୍ ଗୁଣ ଥାଏ, ଯାହା ଶରୀର ପାଇଁ ଖୁବ୍‌ ଉପକାରୀ। ଏହାକୁ କ୍ଷୀର ସହ ମିଶାଇ ରାତିରେ ଶୋଇବା ପୂର୍ବରୁ ଗରମ ଗରମ ପିଇଲେ ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ। ଅଧା ଚାମଚ ହଳଦୀ ଗୁଣ୍ଡକୁ ଏକ ଗ୍ଲାସ୍ ଗରମ କ୍ଷୀର ସହ ମିଶାଇ ପିଇବା ଦ୍ୱାରା କାଶ ଓ ଥଣ୍ଡାରୁ ଉପଶମ ମିଳେ । ରାତିରେ ଶୋଇବା ପୂର୍ବରୁ ଏହାକୁ ପିଇବା ଦ୍ୱାରା ଖୁବ୍ ଆରାମ ମଧ୍ୟ ଲାଗିଥାଏ।

୩. ଉଷୁମ ପାଣି: ଥଣ୍ଡାରୁ କାଶ ହେଉଥିଲେ, ଦିନରେ ୩ରୁ ୪ ଥର ହାଲ୍‌କା ଗରମ ପାଣି ପିଅନ୍ତୁ। ଖାଇବା ପରେ ଗରମ ପାଣି ପିଇବା ଲାଭଦାୟକ। ଗରମ ପାଣି ପିଇବା ଦ୍ୱାରା କଫ କମ୍‌ ହେବା ସହ ଗଳା ଦରଜରୁ ମଧ୍ୟ ମୁକ୍ତି ମିଳିଥାଏ। ଯଦି ଆପଣଙ୍କ ଗଳାରେ ଇନ୍‌ଫେକ୍ସନ୍‌ ହୋଇଥାଏ, ତେବେ ଗରମ ପାଣିରେ ଲୁଣ ମିଶାଇ ସକାଳେ ଓ ସନ୍ଧ୍ୟାରେ କୁଳୁକୁଳି କରନ୍ତୁ। ଏହା ଗଳା ସଫା କରିବା ସହ ଶରୀରକୁ ଜୀବାଣୁ ପୁଣି ଥରେ ପ୍ରବେଶ କରିବାକୁ ଦେଇ ନ ଥାଏ।

୪. ସୋରିଷ ତେଲ: ଏକ ଚାମଚ ସୋରିଷ ତେଲକୁ ନଖ ଉଷୁମ କରି ରାତିରେ ଶୋଇବା ପୂର୍ବରୁ ନାକରେ କିଛି ବୁନ୍ଦା ପକାନ୍ତୁ। ସକାଳୁ ଦେଖିବେ ଆପଣଙ୍କୁ ଆରାମ ଲାଗିବ। ନାକ ଯଦି ବନ୍ଦ ହୋଇଥିବ, ତେବେ ଏପରି କରିବା ଦ୍ୱାରା ନାକ ଖୋଲିବା ସହ କାଶ ମଧ୍ୟ ବନ୍ଦ ହୋଇଯିବ। ଏଭଳି ୨ ଦିନ କରନ୍ତୁ, ଅବଶ୍ୟ ଫାଇଦା ମିଳିବ।

୫. ଜାଇଫଳ ଓ ଗୋଲମରିଚ ଗୁଣ୍ଡ: ଥଣ୍ଡା ଓ କାଶ ପାଇଁ ଏହା ଆଉ ଏକ ଭଲ ଉପଚାର। ଜାଇଫଳ ଓ ଗୋଲମରିଚକୁ ସମାନ ପରିମାଣର ନେଇ ଏହାକୁ ଗୁଣ୍ଡ କରିବା ପରେ ଏହି ମିଶ୍ରଣରୁ ୩ରୁ ୪ ଗ୍ରାମ୍ ସକାଳେ ଓ ସନ୍ଧ୍ୟାରେ ଗୁଡ଼ ସହ ଖାଇବା ଦ୍ୱାରା କାଶ ଭଲ ହୋଇଥାଏ।

୬. ରସୁଣ: ଥଣ୍ଡା ପାଇଁ ରସୁଣ ଖୁବ୍ ଉପକାରୀ। ୩ରୁ ୪ ପାଖୁଡ଼ା ରସୁଣକୁ ଗରମ ପାଣିରେ ଫୁଟାଇ ଏହାକୁ ଦିନରେ ୨ରୁ ୩ଥର ଚା’ ଭଳି ପିଅନ୍ତୁ। ଏହା ଥଣ୍ଡା କଟିବା ସହ କାଶ ମଧ୍ୟ ଭଲ କରିଦିଏ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...