Home Uncategorized ଜାଣନ୍ତୁ ଜାହ୍ନବୀଙ୍କ ଟି-ସାର୍ଟ ଆଉ ଜୋତାର ଦାମ୍ କେତେ

ଜାଣନ୍ତୁ ଜାହ୍ନବୀଙ୍କ ଟି-ସାର୍ଟ ଆଉ ଜୋତାର ଦାମ୍ କେତେ

ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଅଭିନୀତ ଫିଲ୍ମ ‘ଧଡକ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ମାତ୍ର ସେ ଏବେ ତାଙ୍କ ଡ୍ରେସ୍ ଆଉ ଜୋତାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଇ ନିକଟରେ ଜାହ୍ନବୀ ତାଙ୍କ ବାପା ବୋନି କପୁରଙ୍କ ସହ ଭାଇ ଅର୍ଜୁନ କପୁରଙ୍କ ଘରକୁ ଯାଇଥିଲେ । ସେହି ଦିନ ସେ ଏକ ପିଙ୍କ୍ ଟି-ସାର୍ଟ ଏବଂ ବ୍ଲାକ୍ ଜୋତା ପିନ୍ଧିଥିବାର ନଜରକୁ ଆସିଥିଲେ । କହିବାକୁ ଗଲେ ଏହା ତ ଏକ ସାଧାରଣ ଆଉଟଫିଟ୍ । ମାତ୍ର ତାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ସେ ପିନ୍ଧିଥିବା ଡ୍ରେସ୍ ଆଉ ଜୋତାର ଦାମ୍ ସେ ଦେଢ ଲକ୍ଷ ଟଙ୍କା । ଦେଖିବାକୁ ଗଲେ ସେଲିବ୍ରିଟିମାନେ ନିଜ ଦାମୀ ଆଉଟଫିଟକୁ ନେଇ ଚର୍ଚ୍ଚାରେ ରହିବା ଏହା ପ୍ରଥମ କଥା ନୁହେଁ । ସେମାନେ ସବୁବେଳେ ନିଜ ଦାମୀ ଡ୍ରେସ୍, ଜୋତା ଆଦିକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଜାହ୍ନବୀ ସେଦିନ ଗୁଚି ବ୍ରାଣ୍ଡର ପିଙ୍କ୍ ଟି-ସାର୍ଟ ଏବଂ ବ୍ଲାକ୍ ଜୋତା ପିନ୍ଧିଥିଲେ । ତାଙ୍କ ଟି-ସାର୍ଟର ମୂଲ୍ୟ ୬୩,୫୯୭ ଟଙ୍କା ହୋଇଥିବାବେଳେ ଜୋତାର ମୂଲ୍ୟ ୭୯,୬୬୪ ଟଙ୍କା ବୋଲି କୁହାଯାଉଛି । ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଝିଅ ହେଉଛନ୍ତି ଜାହ୍ନବୀ କପୁର । ଧଡକ ତାଙ୍କର ପ୍ରଥମ ଫିଲ୍ମ । ଫିଲ୍ମରେ ସେ ଅଭିନେତା ସାହିଦ କପୁରଙ୍କ ଭାଇ ଇସାନ ଖଟ୍ଟରଙ୍କ ସହ ଅଭିନୟ କରିଛନ୍ତି । ଫିଲ୍ମଟି ଲୋକପ୍ରିୟ ମରାଠୀ ଫିଲ୍ମ ସୌରାଟର ରିମେକ୍ । କାହାଣୀ ଦୁଇ ପ୍ରେମୀଙ୍କର । ଯିଏ ପରିବାରର ବିନା ସହମତିରେ ବିବାହ କରିଛନ୍ତି । ଏହାକୁ ଶଶାଙ୍କ ଖେତାନ ନିର୍ଦ୍ଦେଶନା ଦେଇଛନ୍ତି ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...