Uncategorized

ସହ କଳାକାରଙ୍କୁ ପ୍ରଶଂସା କଲେ ଅନୁଷ୍କା

ଅନୁଷ୍କା ଶର୍ମା ହିନ୍ଦୀ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଏଥିରେ କେହି ଦ୍ୱିମତ ହେବେ ନାହିଁ । ତାଙ୍କର ଆଉ ଏକ ଭଲଗୁଣ ହେଉଛି, ସେ ସହ-କଳାକାରଙ୍କୁ ପ୍ରଶଂସା କରିବାରେ କୁଣ୍ଠା କରନ୍ତି ନାହିଁ । ସାଧାରଣତଃ କଳାକାର ବିଶେଷକରି ନାୟିକାମାନେ ପରସ୍ପର ସହିତ କଳି କରିବାରେ ଲାଗିଥିବାବେଳେ ଅନୁଷ୍କା କିନ୍ତୁ ଏ କ୍ଷେତ୍ରରେ ବେଶ୍ ଅଲଗା । ଆପଣ ଜାଣନ୍ତି, ଅନୁଷ୍କା ବର୍ତ୍ତମାନ ଫିଲ୍ମ ‘ଜିରୋ’ରେ ଶାହରୁଖ ଖାନ୍ ଓ କ୍ୟାଟ୍ରିନା କୈଫ୍ଙ୍କ ସହ କାମ କରୁଛନ୍ତି । ଏ ସମ୍ବନ୍ଧରେ ଅନୁଷ୍କା କହନ୍ତି, ଉଭୟ ଶାହରୁଖ ଖାନ୍ ଓ କ୍ୟାଟ୍ରିନାଙ୍କ ସହିତ ତାଙ୍କର ଭଲ ସମ୍ପର୍କ ରହିଛି । ଶାହରୁଖଙ୍କ ସହିତ ଏତେଗୁଡ଼ିଏ ଫିଲ୍ମ କରିସାରିଥିବାରୁ ସେ ବେଶ୍ ଖୁସି ଅଛନ୍ତି ବୋଲି ମଧ୍ୟ କହିଛନ୍ତି । ସୂଚନାଯୋଗ୍ୟ, ଶାହରୁଖଙ୍କ ସହିତ ଅନୁଷ୍କା ‘ରବ ନେ ବନାଦି ଯୋଡ଼ି’, ‘ଜବ୍ ହ୍ୟାରି ମେଟ୍ ସେଜଲ୍’, ‘ଜବତକ୍ ହେ ଜାନ୍’ ଆଦିରେ କାମ କରିଛନ୍ତି । ଶେଷ ଫିଲ୍ମ ‘ଜିରୋ’ ରିଲିଜ୍ ହେବାକୁ ଯାଉଛି । ଅନୁଷ୍କା କହନ୍ତି, ଶାହରୁଖ୍ ସେଟ୍ରେ ଉପସ୍ଥିତ ଥିଲେ ସମୟ ଜାଣିହୁଏନି । ଖୁବ୍ ମଉଜ ମଜଲିସ୍ ଭିତରେ କାମ ସରିଯାଏ । ସେହିପରି କ୍ୟାଟ୍ରିନାଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଅନୁଷ୍କା । କ୍ୟାଟ୍ରିନା ଖୁବ୍ ସହଜ ଓ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଖୁବ୍ ଶୀଘ୍ର ଅନ୍ୟମାନଙ୍କର ମନ କିଣି ନିଏ ବୋଲି କହିଛନ୍ତି ଅନୁଷ୍କା ।

Loading...

Join The Discussion

Loading...