Home Uncategorized ୨୦୧୯ ନିର୍ବାଚନ ପାଇଁ ୧୦୦ ଜଣିଆ ଫେସବୁକ୍‌ ଟାସ୍କଫୋର୍ସ

୨୦୧୯ ନିର୍ବାଚନ ପାଇଁ ୧୦୦ ଜଣିଆ ଫେସବୁକ୍‌ ଟାସ୍କଫୋର୍ସ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କଶ୍ମୀରଠାରୁ କନ୍ୟାକୁମାରୀ। କିନ୍ତୁ ୨୦୧୪ରେ ଅଳ୍ପ ବହୁତ ବଦନାମ୍‌ ହୋଇଥିବା ଫେସବୁକ୍‌ ୨୦୧୯ରେ ଟ୍ରଲ୍‌ ବାହିନୀଙ୍କ ବିରୋଧରେ ଯୁଦ୍ଧ ସ୍ୱରୂପ ଏକ ନୂଆ ଆହ୍ୱାନକୁ ସାମ୍ନା କରିବାକୁ ଯାଉଛି।ଆଉ ସେଥିପାଇଁ ଫେସ୍‌ବୁକ୍‌ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ସମଗ୍ର ଭାରତ ପାଇଁ ଏକ ୧୦୦ ଜଣିଆ ଟ୍ୟାସ୍କ ଫୋର୍ସ ଗଠନ କରିଛି। ସେମାନେ ରାଜନୀତିକ ଦଳ ସହିତ ମଧ୍ୟ ଯୋଗାଯୋଗରେ ରହିବେ ବୋଲି ଫେସବୁକ୍‌ର ୟୁରୋପ୍‌, ମିଡିଲ୍‌ ଇଷ୍ଟ୍‌ ଏବଂ ଆଫ୍ରିକା କ୍ଷେତ୍ରର ପଲିସି ଉପସଭାପତି ରିଚାର୍ଡ ଆଲାନ୍‌ ସୂଚନା ଦେଇଛନ୍ତି।ଏହି ଟିମ୍‌ରେ ସୁରକ୍ଷା ବିଶେଷଜ୍ଞ ଏବଂ କଣ୍ଟେଣ୍ଟ ବିଶେଷଜ୍ଞ ମଧ୍ୟ ରହିବେ, ଯେଉଁମାନେ କି ନିର୍ବାଚନ ସମୟରେ ଆସିବାକୁ ଥିବା ସମ୍ଭାବ୍ୟ ଗାଳିଗୁଲଜ ଓ ଆପତ୍ତିଜନକ ଆଚରଣ ଉପରେ ନଜର ରଖିବେ। ଫେସବୁକ୍‌ କମ୍ୟୁନିଟି ଷ୍ଟାଣ୍ଡାର୍ଡକୁ ବଜାୟ ରଖିବା ପାଇଁ ମଧ୍ୟ ଏକ ଭିନ୍ନ ଟିମ୍‌ କାମ କରିବ, ଯାହାକି ଫେସବୁକ୍‌ରେ ଭୁଲ ତଥ୍ୟ ପ୍ରଚାରକୁ ରୋକିବା ଦିଗରେ କାମ କରିବ।ଟାସ୍କଫୋର୍ସ ପାଇଁ ସବୁଠାରୁ ବଡ଼ ଆହ୍ଵାନ ରହିବ ରାଜନୀତିକ ଖବର ଏବଂ ରାଜନୀତିକ କୁପ୍ରଚାର ବା ଅପପ୍ରଚାର ମଧ୍ୟରେ ଫରକ ବାଛିବା। ଏଥିପାଇଁ ବର୍ତ୍ତମାନ ଫେସବୁକ୍‌ରେ କାମ କରୁଥିବା କର୍ମଚାରୀଙ୍କ ବ୍ୟତୀତ କେତେକ ବ୍ୟକ୍ତିଙ୍କୁ ନିଯୁକ୍ତି ମଧ୍ୟ ଦିଆଯିବ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...