Home Uncategorized ରାଜକୀୟ ଲୁକରେ ନଜର ଆସିଲେ ରଣବୀର-ଦୀପିକା

ରାଜକୀୟ ଲୁକରେ ନଜର ଆସିଲେ ରଣବୀର-ଦୀପିକା

ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ବେଙ୍ଗାଲୁରୁରେ ବିବାହ ଭୋଜି ଆରମ୍ଭ ହୋଇ ଯାଇଛି। ଖାସ୍ କରି ଏହି ପାର୍ଟିକୁ ଦୀପିକା ଓ ପାଦୁକୋନ ପରିବାରଙ୍କ ସାଥୀ ଓ ପରିଜନଙ୍କ ପାଇଁ ରଖାଯାଇଛି। ଏହି ବିବାହ ଭୋଜି ପାଇଁ ଏହି ଷ୍ଟାର କପଲ ରାଜକୀୟ ବେଶରେ ପ୍ରସ୍ତୁତ ହୋଇଛନ୍ତି,ଯାହାର ଫଟୋ ରଣବୀର ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି।

ବେଙ୍ଗାଲୁରୁ ବିବାହ ଭୋଜି ପାଇଁ ପ୍ରସ୍ତୁତ ଏହି ତାରକା ଦମ୍ପତି ରାଜକୀୟ ବେଶରେ ନଜର ଆସିଛନ୍ତି। ରଣବୀର ଗୋଲ୍ଡେନ ଓ କଳା ରଙ୍ଗର ସେରଓ୍ଵାନୀ ପିନ୍ଧିଥିବା ବେଳେ ଦୀପିକା ଗୋଲ୍ଡେନ ଶାଢୀରେ ନଜର ଆସୁଛନ୍ତି। ଏହା ସହିତ ସେ ଫୁଲ ସ୍ଲିବ୍ସ ବ୍ଲାଉଜ ପରିଧାନ କରିଛନ୍ତି। ଏହା ସହିତ ବେକରେ ସ୍ଵର୍ଣ୍ଣ ଅଳଙ୍କାର ଲଗାଇଛନ୍ତି। ମୁଣ୍ଡରେ ଗଜରା ମଧ୍ୟ ବାନ୍ଧିଛନ୍ତି। ଏହି କ୍ଲାସିକ ଲୁକରେ ଦୀପିକା ବହୁତ ସୁନ୍ଦର ଦେଖା ଯାଉଛନ୍ତି। ବିବାହ ଭୋଜିରେ ମଧ୍ୟ ରଣବୀର ଓ ଦୀପିକାଙ୍କ ମଧ୍ୟରେ ଥିବା ଭଲ ପାଇବା ସ୍ପଷ୍ଟ ନଜର ଆସୁଛି। ଦୁହେଁ ପରସ୍ପରର ହାତ ଧରି ଷ୍ଟେଜ ପର୍ଯ୍ୟନ୍ତ ପହଞ୍ଚିଥିଲେ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...