Home Uncategorized ଦୀପିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଲୋୟର୍ସ ସଂଖ୍ୟା ୩ କୋଟି ଟପିଲା

ଦୀପିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଲୋୟର୍ସ ସଂଖ୍ୟା ୩ କୋଟି ଟପିଲା

ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ୍‌ ବାହାଘର ପରଠାରୁ ଲଗାତାର ଚର୍ଚ୍ଚାରେ ଅଛନ୍ତି। ବାହାଘର ପରେ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କ ରିସେପ୍‌ସନ୍‌ ପାର୍ଟିରେ ଦେଖିବାକୁ ମିଳୁଛି। ପାର୍ଟି ଓ କିଛି ଇଭେଣ୍ଟ୍‌ ପରେ ଦୀପିକା ଖୁବ୍‌ଶୀଘ୍ର ନିଜ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରିବେ। ଏହା ପୂର୍ବରୁ ତାଙ୍କ ପାଇଁ ଆଉ ଏକ ଖୁସି ଖବର ମିଳିଛି। ସେ ଖୁସି ତାଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ଫ୍ୟାନ୍‌ମାନେ ହିଁ ଦେଇଛନ୍ତି।

କଥା ହେଉଛି, ଦୀପିକାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ୩ କୋଟିରୁ ଅଧିକ ଫଲୋୟର୍ସ ହୋଇଯାଇଛନ୍ତି। ଏଥିପାଇଁ ଦୀପିକା ନିଜ ଫଲୋୟର୍ସଙ୍କୁ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି। ଏହାସହ ସେମାନଙ୍କ ପାଇଁ ଏକ ନିଆରା ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

ପୋଷ୍ଟ ହୋଇଥିବା ଭିଡିଓରେ ଦୀପିକା ମୁନ୍‌ ୱାକ୍‌ ଡାନ୍ସ କରୁଥିବା ଦେଖିବାକୁ ମିଳିଛି। ଏଥିରେ ସେ ଲେଖିଛନ୍ତି, ‘‘୩ କୋଟି ହେବାରୁ ଏହି ମୁନ୍‌ ୱାକ୍‌ ଡ୍ୟାନ୍ସ, ସେଥିପାଇଁ ମୁଁ କୃତଜ୍ଞ।’

ଚଳିତବର୍ଷ ଆରମ୍ଭରେ ତାଙ୍କ ଅଭିନୀତ ଫିଲ୍ମ ‘ପଦ୍ମାୱତ୍‌’ ୩୦୦ କୋଟି ଟଙ୍କା ଆୟ କରିଥିଲା। ବର୍ଷ ଶେଷକୁ ୧୪ ଓ ୧୫ ନଭେମ୍ବରକୁ ନିଜ ବୟଫ୍ରେଣ୍ଡ୍‌ ରଣବୀର ସିଂହଙ୍କୁ ବିବାହ କରିଥିଲେ।

ଦୀପିକା ଆଗକୁ ନିର୍ଦ୍ଦେଶକ ମେଘନା ଗୁଲ୍‌ଜାର୍‌ଙ୍କ ଫିଲ୍ମ ‘ଥପାକ୍‌’ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ପିଲ୍ମରେ ସେ ଏସିଡ୍‌ ଅଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଭିକ୍ରାନ୍ତ ମେସୀ ଅଭିନୟ କରିବେ। ଫିଲ୍ମର ଶୁଟିଂ ଆସନ୍ତାବର୍ଷ ଦିଲ୍ଲୀରେ ଆରମ୍ଭ ହେବ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...