Home Uncategorized ରିଲିଜ୍‌ ହେଲା ନୀଳମାଧବ ପଣ୍ଡାଙ୍କ ‘ହାଲ୍‌କା’

ରିଲିଜ୍‌ ହେଲା ନୀଳମାଧବ ପଣ୍ଡାଙ୍କ ‘ହାଲ୍‌କା’

ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କାର ଓ ପ୍ରଶଂସା ସାଉଣ୍ଟିଥିବା ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହାଲ୍‌କା’ ଗୁରୁବାର ରିଲିଜ୍‌ ହୋଇଛି। ଭୁବନେଶ୍ୱରର ମହାରାଜା ହଲ୍‌ରେ ଫିଲ୍ମର ପ୍ରିମିୟର ତଥା ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଏଥିରେ ଫିଲ୍ମ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ସହ କଳାକାର, ଟେକ୍ନିସିଆନ, ପ୍ରଯୋଜକ ଅକ୍ଷୟ ପରିଜା, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଆର୍‌. ଭିନିଲ୍‌ କ୍ରୀଷ୍ଣା, ଓପେପାର ସ୍ପେଶାଲ ଡାଇରେକ୍ଟର ଶାଲିନି ପଣ୍ଡିତ ପ୍ରମୁଖ ଯୋଗଦେଇଥିଲେ। ଏକ ଭିନ୍ନସ୍ବାଦର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ରହିଛି ଜଣେ ୮ବର୍ଷ ବାଳକର କଥା ଓ ଜୀବନଚିତ୍ର। ଦିଲ୍ଲୀର ଏକ ପୁରୁଣା ବସ୍ତିରେ ବଢ଼ିଥିବା ଏହି ବାଳକ ହଠାତ୍‌ ନିଜକୁ ବଡ଼ ହୋଇଯାଇଥିବା ଅନୁଭବ କରେ। ଜୀବନ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବେ। ବସ୍ତିର ଅନ୍ୟପିଲାଙ୍କଠାରୁ ଭିନ୍ନ ହୋଇଥିବାରୁ କାହା ସହ ନ ମିଶି ଏକା ଏକା ରହିବାକୁ ଚେଷ୍ଟା କରେ। ଜୀବନକୁ ବଦଳାଇବାକୁ କୌଣସି ବିସ୍ମୟର ଆଶା ନ କରି ନିଜ ପ୍ରଚେଷ୍ଟାରେ କିଛି କରିବାକୁ ଚେଷ୍ଟା କରେ, ଯାହାକି କେବଳ ତା’ ଜୀବନ ନୁହେଁ, ପୂରା ବସ୍ତିବାସିନ୍ଦାଙ୍କ ଜୀବନକୁ ବଦଳାଇଦିଏ। ଶିଶୁ ମନସ୍ତତ୍ତ୍ୱ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ପ୍ରମୁଖ ଚରିତ୍ରରେ ପାଓଲି ଦମ୍‌ ଓ ରଣବୀର ଶୋରେ ଅଭିନୟ କରିଛନ୍ତି। ସେହିଭଳି ମୁଖ୍ୟଚରିତ୍ର ପିଚ୍‌କୁ ତଥା ଶିଶୁ କଳାକାର ଭୂମିକାରେ ଅଭିନୟ କରିଛନ୍ତି ତଥାସ୍ତୁ। ବଲିଉଡ୍‌ର ଖ୍ୟାତନାମା ସଙ୍ଗୀତଜ୍ଞ ଶଙ୍କର-ଏହଶାନ-ଲୟ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାଟୋଗ୍ରାଫିରେ ପ୍ରତାପ ରାଉତ, ସାଉଣ୍ଡ୍‌ରେ ନୀହାର ରଞ୍ଜନ ସାମଲ ଏବଂ ସମ୍ପାଦନାରେ ଅର୍ଚ୍ଚିତ ଡି. ରସ୍ତୋଗୀ କାମ କରିଛନ୍ତି।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...