Home Uncategorized ପ୍ରତିଦିନ ଗୋଟେ ଅଣ୍ଡା ଖାଇ ମଧୁମେହ ରୋଗ ହେବାର ଆଶଙ୍କା କମ କରନ୍ତୁ

ପ୍ରତିଦିନ ଗୋଟେ ଅଣ୍ଡା ଖାଇ ମଧୁମେହ ରୋଗ ହେବାର ଆଶଙ୍କା କମ କରନ୍ତୁ

ଅଣ୍ଡାକୁ ସୁପରଫୁଡ୍‌ ବୋଲି କୁହାଯାଏ । ଯେଉଁଥିରେ ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ୍‌ ଏ ଏବଂ ବି ର ମାତ୍ରା ଭରପୂର ପରିମାଣରେ ରହିଥାଏ । ପ୍ରତିଦିନ ଏହାକୁ ଖଇବା ଦ୍ୱାରା ଶରୀରର ଅଧା ରୋଗ ଭଲ ହୋଇ ଯାଇଥାଏ । ଏହା ସହ ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ଦ୍ୱାରା ମଧୁମେହ ରୋଗ ହେବାର ଆଶଙ୍କା ମଧ୍ୟ କମ୍‌ ହୋଇଥାଏ ବୋଲି କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ମଧୁମେହ ରୋଗୀଙ୍କୁ ଅଣ୍ଡା ସିଝା ଖାଇବା ଦରକାର ବୋଲି କୁହାଯାଇଛି । ଅନ୍ୟ ପକ୍ଷରେ ମଧୁମେହ ରୋଗୀଙ୍କ ଅଣ୍ଡା ଖାଇବାକୁ ନେଇ ବିଭିନ୍ନ ଗବେଷକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ବୈଜ୍ଞାନିକମାନେ ଏହାକୁ ଭଲ କହିବା ସହ କିଛି ବୈଜ୍ଞାନିକ ମଧୁମେହ ରୋଗୀଙ୍କ ପାଇଁ ଅଣ୍ଡା ଭଲ ନୁହେଁ ବୋଲି ମତ ରଖିଛନ୍ତି । ଏବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବାର ଅନ୍ୟ କିଛି ଫାଇଦା ବିଷୟରେ….

୧. ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଅଣ୍ଡା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

୨. ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକମାନେ ଅଣ୍ଡାର ସେବନ କରି ପାରିବେ । ଅଣ୍ଡା ଖାଇବା ଦ୍ୱାରା ସାରାଦିନ ପେଟ ପୂରିବା ଭଳି ଅନୁଭବ ହେବା ସହ ଭୋକ କମ୍‌ ଲାଗିଥାଏ ।

୩. ଅଣ୍ଡାରେ କଲିନ୍‌ ଏବଂ କେରୋଟିନଏଡ୍‌ସ ନାମକ ପୋଷକ ତତ୍ତ୍ୱ ରହିଥାଏ । ଯାହା ଆଖି ଏବଂ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ।

୪. ଅଣ୍ଡାର ସେବନ କରିବା ଦ୍ୱାରା ଖରାପ କୋଲେଷ୍ଟ୍ରଲର ମାତ୍ରା କମ ହୋଇଥାଏ । ଯାହାଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇଥାଏ ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...