Uncategorized

ଅଙ୍ଗୁଳିରୁ ଜାଣନ୍ତୁ “ବୟଫ୍ରେଣ୍ଡ’ଙ୍କ ସ୍ୱଭାବ

-ଯୁବତୀମାନେ କେବଳ ଯୁବବନ୍ଧଙ୍କ ସ୍ୱଭାବ ଜାଣିବା ଲାଗି ସେମାନଙ୍କ ସହ ବହୁ ସମୟ ବିତାଇଥାନ୍ତି । ପ୍ରଥମେ ସେମାନେ ତାଙ୍କ ବନ୍ଧୁ କେମିତି ହୋଇଥିବ ତାହା ଜାଣିବାକୁ ବେଶୀ ଆଗ୍ରହୀ ହୁଅନ୍ତି । ବିଶେଷ କରି, ବନ୍ଧୁଜଣଙ୍କ ତାଙ୍କ ପସନ୍ଦ କରୁଛନ୍ତି କି ନାହିଁ ତାହା ଯୁବତୀମାନେ ପରଖନ୍ତି । କିନ୍ତୁ ଏବେ ଜ୍ୟୋତିଷଶାସ୍ତ୍ର କହେ ଯୁବତୀମାନେ ଆଉ ବ୍ୟସ୍ତ ହେବେନି, ସେମାନେ କେବଳ ଯୁବବନ୍ଧୁଙ୍କ ଅଙ୍ଗୁଳି ଦେଖି ଜାଣିପାରିବେ ତାଙ୍କ ବନ୍ଧୁଙ୍କ ସମ୍ବନ୍ଧରେ । ଅଙ୍ଗୁଳିର ଲମ୍ବ ଦେଖି ଯୁବତୀମାନେ ଯୁବବନ୍ଧୁଙ୍କ ସ୍ୱଭାବ ଏକାଥରକେ ପରଖି ନେଇପାରିବେ ।
-କାନାଡାର ମନଷ୍ଟ୍ରିଲ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଜ୍ୟୋତିଷଶାସ୍ତ୍ର ଭିତ୍ତିକ ଗବେଷଣାରୁ ଜଣାପଡେ ଯେ, ଯୁବବନ୍ଧୁଙ୍କ ଅଙ୍ଗୁଳିରୁ ସେମାନଙ୍କ ବ୍ୟବହାର ସମ୍ବନ୍ଧରେ ଜଣାପଡେ । ଯଦି ଯୁବକର ତର୍ଜନୀ ଅଙ୍ଗୁଳି, ଅନାମିକାଠାରୁଛୋଟ ହୋଇଥାଏ ସେମାନେ ଖର୍ଚ୍ଚି ବୋଲି ଜାଣିବେ । ଏମାନେ ନୂଆ ପୋଷାକ ସହିତ ଭଲ ଜୋତା ପିନ୍ଧିବାକୁ ପସନ୍ଦ କରନ୍ତି । ଏମାନେ ଗର୍ଲଫ୍ରେଣ୍ଡଙ୍କୁ ଦାମୀ ଉପହାର ଦିଅନ୍ତି । ବିଭିନ୍ନ ଜାଗା ବୁଲାଇବାକୁ ନିଅନ୍ତି ଓ ଭଲ ଖାଦ୍ୟ ଖାଇବାକୁ ଦିଅନ୍ତି ।
-କେବଳ ଯୁବତୀମାନେ ଯେ ଅଙ୍ଗୁଳିରେ ବୟଫ୍ରେଣ୍ଡଙ୍କ ସ୍ୱଭାବ ଜାଣିପାରିବେ ତାହା ନୁହେଁ, ଯୁବକମାନେ ବି ଯୁବତୀ ବନ୍ଧୁଙ୍କ ସ୍ୱଭାବ ଜାଣିବାକୁ କିଛି ଉପାୟ ରହିଛି । ଯୁବତୀଙ୍କ ତର୍ଜନୀ ରିଙ୍ଗ୍ ପିଙ୍ଗର ବା ଅନାମିକା ଅଙ୍ଗୁଳି ଠାରୁ ବଡ ହୋଇଥିଲେ ସେମାନେ ନିଜ ଉପରେ ବହୁତ ଧ୍ୟାନ ଦିଅନ୍ତି ଯାହା ବୟଫ୍ରେଣ୍ଡଙ୍କୁ ପ୍ରଭାବିତ କରେ ।

Loading...

Join The Discussion

Loading...