Home Uncategorized ନିମ୍‌କି’ ମୋ ସ୍ୱପ୍ନର ସିନେମା : ବର୍ଷା

ନିମ୍‌କି’ ମୋ ସ୍ୱପ୍ନର ସିନେମା : ବର୍ଷା

ଏଇ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ସାଜିଥିବା ବର୍ଷା ପ୍ରିୟଦର୍ଶିନୀ କହନ୍ତି, ‘ମୁଁ ଜଣେ ସ୍ୱାଭିମାନୀ ଓଡ଼ିଆ ଝିଅ। ମୋ ମା’ ମାଟି, ପରମ୍ପରା ଓ ଚଳଣିକୁ ନେଇ ମୁଁ ଗର୍ବିତ। ଓଡ଼ିଶାର ଏତେ ଇତିହାସ, କଳାକୀର୍ତ୍ତି ଅଛି ଅଥଚ ଆମେ ଏହାକୁ ନେଇ ଚଳଚ୍ଚିତ୍ରର କାହାଣୀ କରିବୁ ନାହିଁ କାହିଁକି? ଚଳଚ୍ଚିତ୍ର ‘ନିମ୍‌କି’ର କାହାଣୀର ପୃଷ୍ଠଭୂମିରୁ ଅନୁସିଦ୍ଧାନ୍ତ ପର୍ଯ୍ୟନ୍ତ ମୋତେ ପାଖାପାଖି ଦୁଇବର୍ଷ ଲାଗିଥିଲା। ଏହା ମୋ ସ୍ୱପ୍ନର ସିନେମା ଆଉ ଭଲ ସିନେମା। ଏ ଚଳଚ୍ଚିତ୍ରଟି ଓଡ଼ିଶା ତଥା ଦେଶବିଦେଶର ଦର୍ଶକଙ୍କୁ ପ୍ରଭାବିତ କରିବ।’ କାହାଣୀ ପରିକଳ୍ପନା ବର୍ଷା ପ୍ରିୟଦର୍ଶିନୀ ଏବଂ ସଂଳାପ ଲେଖିଛନ୍ତି ଦିଲୀପ୍‌ ଚୌଧୁରୀ। ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ପ୍ରେମ୍‌ ଆନନ୍ଦ ଏବଂ ନିର୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। ପ୍ରିଲ୍ୟୁଟ୍‌ ପ୍ରଡକ୍ସନ, କୁନା ମଙ୍ଗରାଜ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ର ଚଳିତମାସ ୨୩ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି। ସମସ୍ତ କଳାକାର ଓ ଟେକ୍‌ନିସିଆନ୍‌ ଏଥିରେ ନିଜର ଶତପ୍ରତିଶତ ଦକ୍ଷତା ଓ କ୍ଷମତାର ଉପଯୋଗ କରିଛନ୍ତି ବୋଲି କହିଛନ୍ତି ବର୍ଷା। ବର୍ଷାଙ୍କ ବ୍ୟତୀତ ଏଥିରେ ଅଶ୍ରୁମୋଚନ, ତୃପ୍ତି ସିହ୍ନା ଏବଂ ହାସ୍ୟାଭିନେତା ପ୍ରଜ୍ଞା ପ୍ରମୁଖ କଳାକାର ଅଛନ୍ତି। ଶୁଣାଯାଉଛି ପ୍ରିମିୟର ସୋ’ରେ ମୁମ୍ବାଇର ଜଣେ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତ୍ରୀ ଯୋଗଦେବେ।

ରାଜ୍ୟର ଖବର

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

୫ଜଣଙ୍କ ଜୀବନ ନେଲା ହାତୀ

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ...

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦେଶ-ବିଦେଶ

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...

ବିଏସପି ସମର୍ଥକ ଭୋଟ୍ ଦେଲେ ବିଜେପିରେ, ପଶ୍ଚାତାପ କରି ନିଜ ଅଙ୍ଗୁଳି କାଟିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଭୁଲରେ ଭାଜପାକୁ ଭୋଟ ଦେଇଥିବାରୁ ନିର୍ବାଚନ ଚିହ୍ନ ଲାଗିଥିବା ଅଙ୍ଗୁଳିକୁ କାଟିଦେଇଛନ୍ତି ଜଣେ ଯୁବକ। ସୂଚନାଯୋଗ୍ୟ, ବୁଳନ୍ଦସହରର ଶିକାରପୁର ଅଞ୍ଚଳର ଜଣେ ଦଳିତ...