Home Uncategorized ଆଲିଆଙ୍କୁ ସ୍ୱାର୍ଥୀ କହିଲେ କଙ୍ଗନା

ଆଲିଆଙ୍କୁ ସ୍ୱାର୍ଥୀ କହିଲେ କଙ୍ଗନା

ସବୁବେଳେ କୌଣସି ମାମଲାକୁ ନେଇ ନିଜର ସ୍ୱତନ୍ତ୍ର ମତ ରଖିଥାନ୍ତି ଅଭନେତ୍ରୀ କଙ୍ଗନା ରାନାଓ୍ଵତ୍‌ । ବଲିଉଡ୍‌ରେ ନାରୀ ଶକ୍ତିକୁ ଆଣିଥିବା କଙ୍ଗନା ସଫଳ ହେବା ପାଇଁ କାହାର ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ। କିଛି ଦିନ ତଳେ ତାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ୍‌ ହୋଇଥିଲା । ଯାହାକୁ ନେଇ ବଲିଉଡ୍‌ର ଅନେକ କଳାକାର ତାଙ୍କୁ ଟ୍ରୋଲ କରିଥିଲେ । କିନ୍ତୁ ସେ କାହା କଥାରେ ପ୍ରଭାବିତ ନ ହୋଇ ସମସ୍ତଙ୍କୁ ଉଚିତ୍‌ ଜବାବ ଦେଇଥିଲେ । ଅଭିନେତା ଆମୀର ଖାନ୍‌ ଏବଂ ଅଭିନେତ୍ରୀ ଆଲିଆଙ୍କ ଭଟ୍ଟଙ୍କୁ ମଧ୍ୟ ସେ ସ୍ୱାର୍ଥୀ ବୋଲି କହିଥିଲେ । ଏବେ ସେ ପିଙ୍କ୍‌ଭିଲାକୁ ସାକ୍ଷାତକାର ଦେଇ ଆଲିଆଙ୍କୁ ନେଇ ଆଉ ଏକ ଖୁଲାସା କରିଛନ୍ତି ।

କଙ୍ଗନା କହନ୍ତି, ମୁଁ ଆଲିଆଙ୍କ ପାଖରେ ପହଞ୍ଚି ତାଙ୍କୁ କିଛି ଉପଦେଶ ଦେଇଥିଲି । ତାଙ୍କ ପାଖକୁ ଯାଇ ତୁମେ କାହିଁକି ଭାବୁଛ ମଣିକର୍ଣ୍ଣିକା ମୋର ବ୍ୟକ୍ତିଗତ ବିବାଦ । ଏହା ଏକ ଏମିତି ଫିଲ୍ମ ଯାହା ବିଷୟରେ ସାରା ଦେଶ କଥା ହେଉଛି ଏବଂ ଭାବୁଛି । ଏ ନେଇ ହେଉଥିବା ବିବାଦକୁ ନେଇ ବଲିଉଡ୍‌ରୁ କେହି କାହିଁକି ସ୍ୱର ଉଠାଉ ନାହିଁ ବୋଲି ଲୋକେ କହୁଛନ୍ତି । ମୁଁ ତୁମ ଫିଲ୍ମ ଦେଖିବା ସହ ପ୍ରଂଶସା ମଧ୍ୟ କରେ । ତୁମେ କାହିଁକି ମୋ ଫିଲ୍ମ ଦେଖିବା ପାଇଁ ଡ଼ରୁଛ । ନାରୀ ସଶକ୍ତିକରଣ ଉପରେ ତୁମେ କିଛି ଫିଲ୍ମ କରିଛ । ଯାହା ସମସ୍ତଙ୍କୁ ପ୍ରଭାବିତ କରିଛି । କିନ୍ତୁ ଅସଲ ଜୀବନରେ ଯଦି ତୁମେ ନିଜର ସ୍ୱର ଉଠାଇବା ନାହିଁ,ତେବେ ତୁମ ସଫଳତାର କିଛି ମାନେ ନାହିଁ ବୋଲି କହିଥିଲି । ମୁଁ ତାଙ୍କୁ ଉପଦେଶ ଦେଲି କି, ଯଦି ସେ କେବଳ ଟଙ୍କା ଆୟ କରିବାରେ ମନ ଦେଉଛନ୍ତି ଏବଂ ନିଜର ସ୍ୱର ଉଠାଉ ନାହାନ୍ତି,ତେବେ ତାହାର କିଛି ମୂଲ୍ୟ ନାହିଁ । କରଣ ଜୋହରଙ୍କ କଣ୍ଢେଇ ହୋଇ ନାଚିବା ଛାଡ଼ି ନିଜର ସ୍ୱର ଉଠାଅ । ଆଶା କରୁଛି କି ସେ ନିଜର ସଫଳତା ଏବଂ ଦାୟିତ୍ୱର ସଠିକ୍‌ ଅର୍ଥ ବୁଝିବେ ବୋଲି କଙ୍ଗନା ସାକ୍ଷାତକାରରେ କହିଥିଲେ ।

ରାଜ୍ୟର ଖବର

ବିଜେପି ରାଜ୍ୟରେ ଏକ ତରଫା ଭାବେ ସରକାର ଗଢିବ : ଅରୁଣ ସିଂ

ଭୁବନେଶ୍ୱର:ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ବିଜେପି ପ୍ରଭାରୀ ଅରୁଣ ସିଂହ ପ୍ରତିକ୍ରିୟା ଦେଇ ଚଳିତ ନିର୍ବାଚନରେ ବିଜେପି ଜିତି ସରକାର ଗଢିବ ବୋଲି କହିଛନ୍ତି ।ଭୁବନେଶ୍ୱରରେ  ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ...

ପାଟକୁରା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କର ଶନିବାର ପୂର୍ବାହ୍ନରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ...

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟରେ ୭୨% ମତଦାନ

ଭୁବନେଶ୍ଵର:ଇଭିଏମ ମେସିନ ତ୍ରୁଟି ବିଚ୍ୟୁତକୁ ବାଦ ଦେଲେ ଗତକାଲି ସୁରୁଖୁରୁରେ  ସଂପନ୍ନ ହୋଇଛି ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଓ ୩୫ ବିଧାନସଭାରେ ୭୨...

ଦେଶ-ବିଦେଶ

ପୁଣି ଉଡାଇବେ ଯୁଦ୍ଧ ବିମାନ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ ଥିବା ଇନଷ୍ଟିଚ୍ୟୁଟ ଅଫ୍‌ ଏରୋସ୍ପେଶ ମେଡିସିନ(ଆଇଏଏମ୍‌)ର...

ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନପୁରୀ : ଦୀର୍ଘ ଦଶଦ୍ଧିର ତୀବ୍ର ବିରୋଧୀ ଭାବେ ପରିଚିତ ସମାଜବାଦୀ ପାର୍ଟି(ଏସପି) ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ଏବଂ ବିଏସପି ସୁପପ୍ରୋ ମାୟାବତୀ ଗୋଟିଏ ମଞ୍ଚରେ ଦେଖାଦେଇଛି । ଦୀର୍ଘ ୨୬...

କଂଗ୍ରେସକୁ ଝଟକା : ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳ ଛାଡିଲେ

ନୂଆଦିଲ୍ଲୀ : କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି । ମିିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଗୁରୁବାର ରାତିରେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ଶିବସେନାରେ ଯୋଗ ଦେବେ...