Home Uncategorized ସକାଳେ ଖାଲି ପେଟରେ ଉଷୁମ ପାଣିରେ ହଳଦୀ ମିଶାଇ ପିଅନ୍ତୁ:ମିଳିବ ଅନେକ ଫାଇଦା

ସକାଳେ ଖାଲି ପେଟରେ ଉଷୁମ ପାଣିରେ ହଳଦୀ ମିଶାଇ ପିଅନ୍ତୁ:ମିଳିବ ଅନେକ ଫାଇଦା

ସକାଳେ ଖାଲି ପେଟରେ ନଖ ଉଷୁମ ପାଣି ଅଥବା ଖାଲି ପାଣି ସେବନ  ସ୍ବାସ୍ଥ୍ୟପାଇଁ ଲାଭପ୍ରଦ ବୋଲି ଅନେକେ ଜାଣନ୍ତି। ଏହା ଏକ ଭଲ ଅଭ୍ୟାସ। ମାତ୍ର ଆପଣ ଯଦି ଏହି ପାଣିରେ ଅଧା ଚାମଚ ହଳଦୀ ମିଶାଇ ସେବନ କରନ୍ତି ତେବେ ଆପଣ ଅଧିକ ଲାଭବାନ ହୋଇପାରିବେ। ଏହା ଫଳରେ ଯକୃତ ସଫା ହେବା ସହ ମସ୍ତିଷ୍କର କୋଷମାନେ ସକ୍ରିୟ ହୋଇଉଠନ୍ତି। ଆସନ୍ତୁ ସକାଳେ ଉଷୁମ ପାଣିରେ ହଳଦୀ ମିଶାଇ ପିଇବା ଦ୍ୱାରା ହେଉଥିବା ଅନ୍ୟ ଫାଇଦା ବିଷୟରେ ଜାଣିବା। 

ଠିକ୍‌ ହୁଏ ପାଚନକ୍ରିୟା: ହଳଦୀ ଆପଣଙ୍କର ପେଟ ପାଇଁ ବରଦାନ ସଦୃଶ। ଏହା ଯକୃତରୁ ପିତ୍ତରସ କ୍ଷରଣ କରିବା ପ୍ରଣାଳୀକୁ ତ୍ୱରାନ୍ବିତ କରିଥାଏ। ଫଳରେ ଖାଇବା ସହଜରେ ହଜମ ହୋଇଥାଏ। ଯଦି କେହି ଅଧିକ ଫାଷ୍ଟ ଫୁଡ୍‌ ସେବନ କରିବାକୁ ଭଲ ପାଉଥାନ୍ତି ତେବେ ତାଙ୍କୁ ଏହାର ସେବନ କରିବା ନିହାତି ଆବଶ୍ୟକ। 

ଆଣ୍ଠୁଗଣ୍ଠି ବିନ୍ଧାରୁ ଦିଏ ମୁକ୍ତି: ନିତି ସକାଳେ ଏହି ପାଣି ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ବ୍ୟଥାରୁ ମୁକ୍ତି ମିଳିଥାଏ। ଏଣୁ ଏହି ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନେ ଏହାକୁ ପିଇ ନିଜ ଦିନର ଆରମ୍ଭ କରନ୍ତୁ।

ତ୍ୱଚାରେ ଫେରେ ଚମକ: ହଳଦୀ ତ୍ୱଚା ପାଇଁ ଔଷଧ ସଦୃଶ। ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ଚମକ ଫେରିଥାଏ। ରଙ୍ଗ ଗୋରା ହୋଇଥାଏ। ବିଶେଷକରି ଏହା ତ୍ୱଚାରେ ଥିବା ହାନିକାରକ ପଦାର୍ଥକୁ ବାହାର କରି ଏହାକୁ ସଫା, ସୁସ୍ଥ ଓ ଉଜ୍ଜ୍ୱଳମୟ କରିଥାଏ।

ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି: ହଳଦୀରେ ଥିବା ଆଣ୍ଡୋ ଟକ୍ସିଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ହଳଦୀ ପାଣି ସେବନ କରିବା ଦ୍ୱାରା ଥଣ୍ଡା, କଫ, ଜ୍ୱର ପରି ସାଧାରଣ ରୋଗରୁ ରକ୍ଷା ପାଇପାରିବେ। 

ରାଜ୍ୟର ଖବର

୬ ବୁଥ୍ ରେ ସାନି ମତଦାନ ପାଇଁ ସୁପାରିଶ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସମୟରେ ୬ଟି ବୁଥରେ ପରି·ଳନାଗତ ତ୍ରୁଟି ଦେଖା ଦେଇଛି । ବଣାଇର ୧୨୯ ନଂ ବୁଥ୍ , ସୁନ୍ଦରଗଡର ୨୧୩ ନମ୍ବର...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ : ମେ ୨୩କୁ ଅପେକ୍ଷା

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଛି । ତେବେ ସଂଧ୍ୟା ୬ଟା ସୁଦ୍ଧା ଯେଉଁମାନେ...

ମେ ୨୩ରେ ବିଜେପିର ମେନ୍ ଇଂଜିନ୍ ଲାଇନଚ୍ୟୁତ ହେବ: ନବୀନ

ଭୁବନେଶ୍ୱର : ବିଜେପିର ଡବଲ ଇଂଜିନ୍ ରୁ ୫ଟି ଇଂଜିନ୍ ଲାଇନ୍ଚ୍ୟୁତ ହୋଇଗଲାଣି । ମଧ୍ୟପ୍ରଦେଶ,ରାଜସ୍ଥାନ ,ଛତିଶଗଡ, ପଂଜାବ ଏବେ ସିଙ୍ଗଲ ଇଂଜିନ୍ । ମେ ୨୩ ତାରିଖରେ ବିଜେପିର ମେନ୍ ଇଂଜିନ୍...

ଦେଶ-ବିଦେଶ

ମୋଦିଙ୍କର ପତ୍ନୀ କି ପିଲା ନାହାନ୍ତି, ତେଣୁ ସେ ପରିବାରର ଗୁରୁତ୍ୱ ବୁଝି ପାରିବେ କେମିତି ?

ମୁମ୍ବାଇ :ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଏମିତି କିଛି କହିଛନ୍ତି ଯାହା ହୁଏତ ମୋଦି ପ୍ରେମୀଙ୍କୁ ବାଧି ପାରେ । ହେଲେ ପାଓ୍ଵାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାଲି ଜବାବ ଦେଇଛନ୍ତି ।...

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ୯୭ ଲୋକସଭା ଆସନ ପାଇଁ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ...

ମୋତେ ଗାଳି କରିବା କଂଗ୍ରେସର ଏକ ଅଭ୍ୟାସରେ ପରିଣତ ହୋଇଛି : ମୋଦି

ସୋଲାପୁର: ଗତକାଲି ଓଡ଼ିଶାରେ ମାରାଥନ୍ ପ୍ରଚାର କରିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଯୋଗ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି...